ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର
ଜଗତସିଂହପୁର: ରଘୁନାଥପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକଙ୍କ ପରାମର୍ଶ କ୍ରମେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ସହିଥିବା ଅପୂରଣୀୟ କ୍ଷତିର ଉପଯୁକ୍ତ କ୍ଷତି ପୂରଣ ଓ କ୍ଷତି ସହି ନପାରି ଆତ୍ମହତ୍ୟା କରିଥିବା ଚାଷୀଙ୍କ ନିମନ୍ତେ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ କରିବା ଦାବିକୁ ନେଇ ବ୍ଲକ କଂଗ୍ରେସ ଏକ ପ୍ରତିନିଧି ଦଳ ପିସିସି ସଭ୍ୟ ଦେବପ୍ରସାଦ ନାୟକ, ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ପ୍ରଦିପ୍ତ ଦାସ, ପ୍ରଦୀପ ସ୍ୱାଇଁ, ତ୍ରିଲୋଚନ ରାଉତ, ରମାକାନ୍ତ ଦାସ, ମାନସ ଗୋଚ୍ଛାୟତ, କ୍ରୀତି ରଞ୍ଜନ ରାୟ, ପ୍ରତ୍ୟଷ ନାୟକ, ସାଇପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଜଗତସିଂହପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତଅଁରା ଗ୍ରା.ପ ଚାଷୀ ଅଶୋକ ପରିଡା ଲଗାଣ ବର୍ଷା ଯୋଗୁଁ ତାକଂର ୪-୫ ଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ପାଇଁ ସେ ମାନସିକ ଭାରସାମ୍ୟ ହରାଇ ଗତ ୮ ତାରିଖରେ ଆତ୍ମହତ୍ୟା କରିଥିଲେ । ତାଙ୍କ ଉପରେ ପାଖାପାଖି ୧୭-୧୮ ଲକ୍ଷ ଋଣ ଭାର ରହିଥିଲା । ଚାଷ ହିଁ ତାଙ୍କର ଏକମାତ୍ର ରୋଜଗାର ପନ୍ଥା ଥିଲା । ତାକଂ ପରିବାରରେ ତାକଂ ପନôୀ ଓ ଛଅ ବର୍ଷର ଗୋଟିଏ ଛୋଟ ଝିଅ ଅଛନ୍ତି । ସ୍ୱର୍ଗତ ପରିଡା ହିଁ ତାକଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରହିଥିଲେ ସେ ଚାଲିଗଲା ପରେ ତାଙ୍କ ପରିବାରର ଭରଣ ପୋଷଣ ପାଇଁ ଅନ୍ୟ କେହି ନାହାଁନ୍ତି ତେଣୁ ସ୍ୱର୍ଗତ ଅଶୋକ ପରିଡାଙ୍କ ଚାଷରେ ହୋଇଥିବା କ୍ଷତିକୁ ସଠିକ୍ ଆକଳନ କରାଯାଇ ତାଙ୍କ ପରିବାରକୁ ଉଚିତ୍ କ୍ଷତି ପୂରଣ ରାଶି ତୁରନ୍ତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉ, ତାଙ୍କ ଉପରେ ରହିଥିବା ସମସ୍ତ ଋଣକୁ ସରକାର ଛାଡ଼ ଘୋଷଣା କରନ୍ତୁ, ତାଙ୍କ ଛୋଟ ଝିଅର ଆଗମୀ ପଢାର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ ଏବଂ ତାଙ୍କ ପରିବାରର ଭରଣ ପୋଷଣ ନିମନ୍ତେ ସରକାର ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ତତ୍ସହିତ କେବଳ ଅଶୋକ ପରିଡା ନୁହେଁ ଜଗତସିଂହପୁର ଜିଲ୍ଲା ପ୍ରାୟ ସମସ୍ତ ଚାଷୀ ଲଗାଣ ବର୍ଷା ଯୋଗୁଁ ଅକଥନୀୟ କ୍ଷତି ସହିଛନ୍ତି ଏଣୁ ଲଗାଣ ଅଦିନିଆ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ସମସ୍ତ ଚାଷୀଙ୍କ ହୋଇଥିବା କ୍ଷୟ କ୍ଷତିର ଆକଳନ କରି ଯଥାଶୀଘ୍ର କ୍ଷତି ପୂରଣ ଯୋଗାଇ ଦେବା ପାଇଁ ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ କଂ ନିକଟରେ ଦାବି ଉପସ୍ଥାପନା କରାଯାଇଛି । ଯଦି ଆଗାମୀ ୧ମାସ ମଧ୍ୟରେ ସମସ୍ୟାର ସମାଧାନ ନକରାଯାଏ ତେବେ ରଘୁନାଥପୁର ବ୍ଲକ୍ କଂଗ୍ରେସ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।