ବିଜେପି ମହିଳା ମୋର୍ଚ୍ଚାର ସମ୍ମିଳନୀ ଅନୁଷ୍ଠିତ : "ମହିଳାଙ୍କୁ ସ୍ୱାବଲମ୍ବୀ କରିବ ସୁଭଦ୍ରା'

ବିଜେପି ମହିଳା ମୋର୍ଚ୍ଚାର ସମ୍ମିଳନୀ ଅନୁଷ୍ଠିତ : "ମହିଳାଙ୍କୁ ସ୍ୱାବଲମ୍ବୀ କରିବ ସୁଭଦ୍ରା'

 ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମହିଳା ମୋର୍ଚ୍ଚାର ନିଷ୍ପତ୍ତି କ୍ରମେ ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନ୍ତର୍ଜାତୀୟ ମହିଳା ଦିବସର ଗୋଟିଏ ଦିନ ପୂର୍ବରୁ ଜିଲ୍ଲା କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି  । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆମ ରାଜ୍ୟରେ ସୁଭଦ୍ରା ଯୋଜନା କରିଛନ୍ତି । ମହିଳାମାନେ ସବୁକ୍ଷେତ୍ରରେ ଆଗକୁ ଯିବାକୁ ସେ କହିଥିଲେ । ଉକ୍ତ ମହିଳା ମୋର୍ଚ୍ଚା ସମ୍ମିଳନୀରେ ବିଭିନ୍ନ ସାଙ୍ଗଠନିକ ଦିଗ ଉପରେ ଆଲୋଚନା ହୋଇଥିଲା । ମହିଳା ମାନେ ଘର ଘର ବୁଲି ମୋଦୀଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ମୃତୁ୍ୟ ପରେ ଅଂଗଦାନ କରିବା ଉପରେ ସଚେତନତା ସୃଷ୍ଟି କରିବା ଉପରେ ମତପ୍ରକାଶ ପାଇଥିଲା । ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ମହିଳା ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ପ୍ରଧାନ, ପ୍ରତିମା ମିଶ୍ର, ରୋଜାଲିନ ଦାସ, ସୁଦିପ ଗଡ଼ନାୟକ, ଶୁଚିସ୍ମିତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସାଙ୍ଗଠନିକ ଆଲୋଚନା କରିଥିଲେ  । ମହିଳା ମୋର୍ଚ୍ଚା ପଦାଧିକାରୀ ସରିତା ମିଶ୍ର, ଅପର୍ଣ୍ଣା ସାହୁ, ଜସ୍ମିନ ପ୍ରଧାନ,ସ୍ନେହଲତା ମହାରଣା,ସୁଜାତା ସାହୁ, ମଞ୍ଜୁଲତା ପ୍ରଧାନ,ଟିଲୋତମା ସାମନ୍ତ,ପଙ୍କଜିନୀ ପଣ୍ଡା, ଦିପ୍ତୀପ୍ରଭା ମହାରଣା,ମୃଣାଳିନୀ ପଟ୍ଟନାୟକ, ରେଖା ଅଗ୍ରୱାଲ,ମିତାରାଣୀ ପାତ୍ର,କବିତା ବେହେରାଙ୍କ ସମେତ ଶତାଧିକ ମହିଳା ମୋର୍ଚ୍ଚା କର୍ମକର୍ତ୍ତା ଯୋଗ ଦେଇଥିଲେ ।