ଜୟଙ୍କ ଗିରଫ ଦାବି କଲା ପୁଲିସ ସଂଘ

 କଟକ : ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଗିରଫ ଦାବି କରିଛି ପୋଲିସ ସଂଘ  । ଜୟ ନାରାୟଣ ଜଣେ ଥାନା ଅଧିକାରୀଙ୍କୁ ଧମକାଇବା ଘଟଣାକୁ ସଂଘ ନିନ୍ଦା କରିବା ସହିତ ତାଙ୍କୁ ଏହି ଘଟଣାରେ ଗିରଫ କରାଯିବା ଦରକାର ବୋଲି ସଂଘର କାର୍ଯ୍ୟକାରୀ ସଂପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି । ସେ କହିଛନ୍ତି, ବିଧାୟକଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ । ଏପରି ହେଲେ ଜନସାଧାରଣଙ୍କ ମନରେ ଆଇନ ପ୍ରତି ଭୟ ରହିବ ନାହିଁ । ବିଧାୟକଙ୍କ ଧମକ ଲଜ୍ଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ । ଡିଜିପିଙ୍କୁ ସଂଘ ପକ୍ଷରୁ ଏହି ଘଟଣାକୁ ନେଇ ଅବଗତ କରାଯାଇଛି । ଡିଜିପି କି ପଦକ୍ଷେପ ନେଉଛନ୍ତି ସଂଘ ତାହାକୁ ଅପେକ୍ଷା କରିଛି । ଡିଜିପିଙ୍କ ପଦକ୍ଷେପ ଅନୁସାରେ ସଂଘ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କୁହାଯାଇଛି  ।