ଚାହିଦାରେ କରଡି : ଗ୍ରାମାଞ୍ଚଳ ଲୋକଙ୍କୁ ଦେଉଛି ରୋଜଗାର

କୋକସରା :  କରଡି ଓଡିଶାରେ ଏଇ ନାଁ ବେଶ ପରିଚିତ  । ଆଦିବାସୀ ମାନେ ମୁଖ୍ୟତ ଜଙ୍ଗଳ ଜାତ ଦ୍ରବ୍ୟ ଉପରେ ଭରଷା କରନ୍ତି  । ସେଥି ମଧ୍ୟରୁ କରଡି ହେଉଛି ଅନ୍ୟତମ  । ତେବେ ଆଦିବାସୀ ମାନଙ୍କ ବର୍ଷା ଦିନର ପ୍ରିୟ ଖାଦ୍ୟ ହେଉଛି ବାଉଁଶ ଗଜା ବା କରଡି  । ଆଉ ଏହି କରଡି ବିଶେଷ ଭାବେ ବର୍ଷା ଋତୁରେ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ମିଲିଥାଏ  । 
କେବଳ ଆଦିବାସୀ ନୁହନ୍ତି ଏବେ କିନ୍ତୁ ସବୁ ଲୋକଙ୍କ ଖାଦ୍ୟ ତାଳିକା ରେ ସାମିଲ ହେଲାଣି କରଡି  । ଆଉ ବର୍ଷା ଦିନେ ବାଉଁଶ ବୋଦା ମୂଳରୁ ସୃଷ୍ଟି ହୋଇଥାଏ ବାଉଁଶ ଗଛର ଗଜା ବା କରଡି  । ଆଉ ଏଇ ଗଜା ଦେଖ?ିବାକୁ ଇସତ୍ ଧଳା ତଥା ଚମ୍ପା ରଙ୍ଗର ହୋଇଥିବା ବେଳେ ଏହା ଖାଇବା ପାଇଁ ବେଶ ଉପଯୋଗୀ ରହିବା ସାଙ୍ଗକୁ ବହୁ ଔଷଧ୍ୟ ଗୁଣ ମଧ୍ୟ ରହିଛି  । ତେବେ ବର୍ଷା ଦିନେ ଜଙ୍ଗଳ ପାହାଡ କୁ ଯାଇ ବାଉଁଶ ବୁଦା ଗୁଡିକରୁ କରଡି ସଂଗ୍ରହ କରିଥାନ୍ତି ଆଦିବାସୀ ମାନେ  । ସେଗୁଡିକ ମଧ୍ୟରୁ କେତୋଟି କରଡି କୁ ମିସାଇ ଏକ ନିର୍ଦ୍ଦିଷ୍ଟ ଦରରେ ବିକ୍ରି କରାଯାଇଥାଏ  । ଆଉ କିଛି କରଡି କୁ ଛୋଟ ଛୋଟ ଆକାରରେ କାଟି ପତ୍ର ପ୍ରସ୍ତୁତ ଦନା ମାଧ୍ୟମରେ ବଜାର ରେ ବିକ୍ରି କରିଥାନ୍ତି ଆଦିବାସୀ ମାନେ  । ଏଥିରୁ ପ୍ରସ୍ତୁତ ହୋଇଥାଏ ବିଭିନ୍ନ ପ୍ରକାର ର ବ୍ୟଞ୍ଜନ  । ଆଉ ଏହି ବାଉଁଶ କରଡିର ବ୍ୟଞ୍ଜନ ସ୍ୱାଦିଷ୍ଟ ହେବା ସାଙ୍ଗକୁ ଲୋକଙ୍କର ବେଶ ପସନ୍ଦ ରହିଥାଏ  । ସେଥି ପାଇଁ ତ ବାଟରେ ଯାଉଥିବା ବାଟୋଇ ମଧ୍ୟ ଅଟକି ଯାଇ କରଡି କିଣିବା ପାଇଁ ଭୁଲନ୍ତି ନାହିଁ  । କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରୋଜଗାର ର ବାଟ ଖୋଲିଛି ଏହି କରଡି  । କଥାରେ ଅଛି ‘ ପିଲାଟି ଦିନରୁ ମୁଣ୍ଡରେ ଟୋପି କୃଷ୍ଣ ଅବତାରେ ମୋହିଲେ ଗୋପି  ରାମ ଅବତାରେ ରାବଣ ମାରୀ  ଘରେ ହୋଇଛି ଆଜି ସେ ତରକାରୀ ’ ରାଜ ସଭାରେ ନିଜ ଘରର ପ୍ରସ୍ତୁତ ବାଉଁଶ ଗଜା ବା କରଡି କୁହାଯାଉଥିବା ତରକାରୀ ସମ୍ବନ୍ଧ ରେ ସୂଚନା ଦେବାକୁ ଯାଇ ଯଦୁମଣୀ କହିଥିବା ଏହି ପନ୍ଥି ଆଜି ବୟାନ କରୁଛି  । ଯେ କେଉଁ ଅନାଦି କାଳରୁ ଖାଦ୍ୟରେ ବାଉଁଶ କରଡି ର ବ୍ୟବହାର ହୋଇ ଆସୁଛି  । କୁହାଯାଏ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ମୁଖ୍ୟତଃ କରଡି ରୁ ତରକାରୀ,ଭଜା, ବେସର, କାଞ୍ଜି ଭଳି ପ୍ରମୁଖ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ  । କେବଳ ଆମ ରାଜ୍ୟରେ ନୁହେଁ ବରଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ରେ ମଧ୍ୟ ଏହାର ବ୍ୟବହାର ଅନେକ ସମୟରେ ସୁଣିବାକୁ ମିଲିଥାଏ  ।