ଜିନ୍ଦଲକୁ ପୁଣି ବ୍ରିଟିଶ୍ ସେଫ୍ଟି କାଉନସିଲ୍ ପୁରସ୍କାର
କଳିଙ୍ଗନଗର : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ଅନ୍ୟତମ ବୃହତ କାରଖାନା ଜିନ୍ଦଲ ଷ୍ଟେନଲେସକୁ ପୁଣିଥରେ ମିଳିଲା ବ୍ରିଟିଶ୍ ସେଫ୍ଟି କାଉନସିଲ୍ ପୁରସ୍କାର । ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟଥର ପାଇଁ ପ୍ରଶଂସା ଅର୍ଜନ କରିବା ପରେ ଅଧିକାରୀ, କର୍ମଚାରୀ ଏବଂ ଶ୍ରମଜୀବୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି ।
ଗୁରୁବାର ମୁମ୍ବାଇରେ ଅନୁଷ୍ଠିତ ବ୍ରିଟିଶ୍ ସେଫ୍ଟି କାଉନସିଲ୍ ଆନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ସମ୍ମିଳନୀରେ ଜିନ୍ଦଲକୁ ଏହି ସମ୍ମାନ ମିଳିଛି । ଉକ୍ତ ସମ୍ମାନଜନକ ପୁରସ୍କାର କର୍ମକ୍ଷେତ୍ର ସୁରକ୍ଷା ପ୍ରତି ଅସାଧାରଣ ସମର୍ପଣ, ଏହାର ପ୍ରଭାବଶାଳୀ ଶୂନ୍ୟ-ଦୁର୍ଘଟଣା ପ୍ରଦର୍ଶନ ଏବଂ ବିଶ୍ୱସ୍ତରୀୟ ସୁରକ୍ଷା ମାନଦଣ୍ଡ ପାଳନକୁ ମାନ୍ୟତା ପ୍ରଦାନ କରେ । ଉତ୍ସବରେ ବ୍ରିଟିଶ ସେଫ୍ଟି, ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ, ଜୋନାଥନ ଗ୍ୟାଥ୍ରୋ ଏବଂ ବ୍ରିଟିଶ୍ ସେଫ୍ଟି କାଉନସିଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ମାଇକ୍ ରବିନସନଙ୍କ ବ୍ୟତୀତ ପରିଚାଳନା ନିଦେ୍ର୍ଦଶକ ଭାରତ-ବ୍ରିଟିଶ୍ ସେଫ୍ଟି କାଉନ୍ସିଲ ହେମନ୍ତ ସେଠୀ ଓ ଅନ୍ୟାନ୍ୟ ଅତିଥି ଏବଂ ଶିଳ୍ପ ସୁରକ୍ଷା କ୍ଷେତ୍ରର ଉଲ୍ଲେଖନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । କମ୍ପାନୀ ପକ୍ଷରୁ ଅଗ୍ନିଶମ ଏବଂ ସୁରକ୍ଷା ମୁଖ୍ୟ, ଜିନ୍ଦଲ ଷ୍ଟେନଲେସ୍, ମନୋଜ କୁମାର ବଳ ଏହି ପୁରସ୍କାର ଗ୍ରହଣ କରିଥିଲେ ।ପୁରସ୍କାର ସଫଳ ସୁରକ୍ଷା ନୀତି, ଶୂନ୍ୟ ଦୁର୍ଘଟଣା ଏବଂ ଉକôୃଷ୍ଟ ମାନର ସୁରକ୍ଷା ମାନଦଣ୍ଡ ଏବଂ ନିରନ୍ତର ପ୍ରଚେଷ୍ଟାର ପରିଣାମ ସ୍ୱରୂପ ମିଳିଛି । ଉଲ୍ଲେଖନୀୟ ଯେ ଜିନ୍ଦଲ ଷ୍ଟେନଲେସ୍ ୨୦୨୪ ମସିହାରେ 'ଶୂନ୍ୟ ଦୁର୍ଘଟଣା' ରେକର୍ଡ ବଜାୟ ରଖିବାର ଗୌରବ ହାସଲ କରିଛି । ଯାହା ସଂଗଠନର ଦୃଢ଼ ସୁରକ୍ଷା ସଂସ୍କୃତିକୁ ଗୁରୁତ୍ୱାରୋପ କରେ । ଏହି ସଫଳତା ବିଷୟରେ ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ କହିଛନ୍ତି, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବ୍ରିଟିଶ୍ ସେଫ୍ଟି କାଉନସିଲ୍ ପୁରସ୍କାର ହାସଲ କରିବା, ଆମର ଗଭୀର ଭାବରେ ସ୍ଥାପିତ ସୁରକ୍ଷା ସଂସ୍କୃତିକୁ ବୈଧ କରେ । ଜିନ୍ଦଲ ଷ୍ଟେନଲେସ୍ ନିରନ୍ତର ଭାବରେ ସୁରକ୍ଷା ଉକôର୍ଷତାର ଆଗରେ ରହିଛି । ଗତ ସମୟରେ ୧୦ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର ହାସଲ କରିଛି । ସଦ୍ୟତମ ମାନ୍ୟତା କେବଳ ଜିନ୍ଦଲ ଷ୍ଟେନଲେସ୍ ପାଇଁ ନୁହେଁ ବରଂ ଓଡ଼ିଶା ଏବଂ ଭାରତର ଶିଳ୍ପ ପାଇଁ ଏକ ପ୍ରେରଣା ସ୍ୱରୂପ ।