ଚିଲିକାରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଜବତ
ଚିଲିକା : ଆଜି ସକାଳ ସମୟରେ ଚିଲିକାରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଉମାଶଙ୍କର ଶାବତ। ଆଜି ସକାଳ ସମୟରେ ବ୍ରହ୍ମଗିରିରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ଭସାପୋଲଟି ମଝି ଚିଲିକାରେ ଅଟକି ଯାଇଥିଲା । ଯାହାଫଳରେ ୫୦ରୁ ଅଧିକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହି ସମୟ ମଧ୍ୟରେ ଭସାପୋଲରେ ଯାଉଥିବା ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ବହୁ ସମୟ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ପରେ ତାଙ୍କ ମୃତ ଦେହ ଜବତ କରାଯାଇଥିଲା ।
Samir Kumar Rout