ଚୋରା ବାଲି ଟ୍ରକ ଜବତ, ମାମଲା ରୁଜୁ
ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବିରିଡି ଛକରୁ ଶୁକ୍ରବାର ଏକ ବେଆଇନ ବାଲିବୋଝେଇ ଟ୍ରକ ପୁଲିସ ଜବତ କରିବା ସହ ମାମଲା ଋଜୁ କରିଥିବା ଜଣାଯାଇଛି । ସବଇନିସପେକ୍ଟର ସ୍ନେହପ୍ରଭା ସାହୁଙ୍କ ନେତୃତ୍ୱରେ ପୁଲିସ ପ୍ରାଟ୍ରୋଲିଂ ଦଳ ବିରିଡିଛକରୁ ବେଆଇନ ବାଲି ପରିବହନ କରୁଥିବା ଓଡି ୩୪ ଡବ୍ଲୁ ୦୨୧୬ନଂ ଟାଟା ଟ୍ରକ ଜବତ କରିବା ସହ ଚାଳକ କୋରାଇ ଥାନା ଅନ୍ତର୍ଗତ ଦୁଲାଖାପାଟଣା ମଙ୍ଗଳବାହାଳୀ ଗ୍ରାମର ଜଗନ୍ନାଥ ଯେନା(୩୨)କୁ ଗିରଫ କରିଥିଲେ । ପୁଲିସ ଅଭିଯୋଗ କ୍ରମେ ଥାନାରେ ୧୫୨/୨୫ ନଂ ମାମଲା ଋଜୁ ହୋଇଥିବା ଜଣାଯାଇଛି ।