ଅର୍ଥନୀତି ବିଭାଗର ଆଲୋଚନାଚକ୍ର

 ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ପକ୍ଷରୁ ଶୀର୍ଷକ " ୨୦୪୭ ମସିହା ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହୋଇପାରିବକି’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଡ଼. ପ୍ରଶାନ୍ତ କୁମାର ଦାସ, ଅଧ୍ୟାପକ ସନ୍ତୋଷ କୁମାର ଦାସ ଓ ଅଧ୍ୟାପିକା ନିରାଲି ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ଉକôଳ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ତଥା ଅବସର ପ୍ରାପ୍ତ ରିଜର୍ଭ ବ୍ୟାଙ୍କ କର୍ମଚାରୀ ଡ଼. ବରେନ୍ଦ୍ର କୁମାର ଭୋଇ ଓ ଉକôଳ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. କେଦାରସେନ ସାହୁ ପ୍ରମୁଖ ଯୋଗଦେଇ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରଫେସର ତୃପ୍ତି ରାଉତ, ଡ଼. ମିଥିଳା ଦାସ, ଡ଼. ପ୍ରଦୀପ ଦାସ, ଡ଼. ମିର୍ଜା ଇବ୍ରାହିମ ବେଗ, ଡ଼. ରଞ୍ଜନ ରଥ, ପ୍ରଫେସର ଶରତ ଚନ୍ଦ୍ର ବାରିକ ଓ କେଶବ ସେଠୀ ଏବଂ ଶରତ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରୀ ସୋନାଲି ଧଳ ଓ ସ୍ଥିତି ପ୍ରଜ୍ଞା ଦାସ ନିଜର ପେପର ଉପସ୍ଥାପନ କରିଥିଲେ । ଶେଷରେ ଅଧ୍ୟାପିକା ନିରାଲି ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।