ଚୋରାମଦ ଚାଲାଣ, ୮ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଥିବାର ଜିଲ୍ଲାପାଳଙ୍କୁ ଅଭିଯୋଗ ହେଉଥିବାବେଳେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ତତ୍ୱାବଧାନରେ ଅବକାରୀ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉକରି ୭ଶହ ଲିଟର ଚୋରା ଦେଶୀ, ବିଦେଶୀ ଓ ରନ୍ଧା ମଦ ଓ ୩ ଗୋଟି ମଟରସାଇକେଲ୍ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ୮ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଏମାନେ ହେଲେ ଜମ୍ବୁ ଗ୍ରାମର ସୁବ୍ରତ ସାମ", ବଳରାମ ମଣ୍ଡଳ, ଶିବାନୀ ମଣ୍ଡଳ, କାଜଲ ମଣ୍ଡଳ, କଲିପାଳ ଗ୍ରାମର ସୁବ୍ରତ କାଣ୍ଡି, ବଡନାରଣପୁରର ସରୋଜ ବେହେରା, ଗଗନ ସ୍ୱାଇଁ, ଭଗବତ ସାହୁ ପ୍ରମୁଖଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ସମୟରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଲ୍ଲିକଙ୍କ ସମେତ ପଦ୍ମଲୋଚନ ନାୟକ, ଧର୍ମପଦ ଦାସ ଓ ଅନ୍ୟକର୍ମଚାରୀ ସହଯୋଗ କରିଥିଲେ ।