ଏସ୍ପିସି ଛାତ୍ରଛାତ୍ରୀଙ୍କ ଥାନା ପରିଦର୍ଶନ  

ରାଜକନିକା : ଜୟନଗର ନୋଡାଲ ଉଚ୍ଚ ବିଦ୍ୟାଳୟର ଏସ୍ପିସି ଛାତ୍ରଛାତ୍ରୀରାଜକନିକା ଥାନାରେ ପହଁଚି ପୁଲିସ ଆଇନ କାନୁନ ଓ ଜନସାଧାରଣଙ୍କ ସୁରକ୍ଷା ବିଷୟରେ ସଚେତନ ହେଲେ ଏସ୍ପିସି ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ର ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ସରକାର ଛାତ୍ର ଛାତ୍ରୀ ମାନଙ୍କୁ ଆଇନି ଓ ପଲିସର ଭୁମିକା ଉପରେ ସଚେତନତା କରାଇବା ସହ ସମାଜରେ ବିଭିନ୍ନ କ୍ଷତ୍ରରେ ପୋଲିସ ସହ କନ୍ଧ କୁ କନ୍ଧ ମିଶାଇ ଚାଲିବା ପାଇଁ ଏହି ଅଭିନବ ପ୍ରୟାସ କରିଥିବା ବେଳେ କିଭଳି ସମାଜରେ ଯୁବ ପିଢ଼ି କ୍ରାଇମ ଦିଗରୁ ଦୁରେଇ ରହିବେ ସେନେଇ ଏହି ଏସ ପି ସି ଗଠନ କରାଇଲଯାଇ ଏହି ଛାତ୍ରଛାତ୍ରୀ ଆଗାମୀ ଭବିଷ୍ୟତରେ ଯୁବା ଅବସ୍ଥାରେ କ୍ରାଇମ ଠାରୁ ଦୁରେଇ ରହିବା ନେଇ ଏହି ଆଇନି ସଚେତନତା ବା ପୋଲିସ କୁ ଅତି ନିକଟରୁ ବୁଝିବା ଜାଣିବା ପାଇଁ ଗଠନ କରାଯାଇଛି । ଆଇନିର ପରିଧି ବିଷୟରେ ଥାନା ଅଧିକାରୀ ସଞ୍ଜୟ ମଲ୍ଲିକଙ୍କ ଠାରୁ ପଚାରି ବୁଝିଥିଲେ । କାର୍ଯ୍ୟକ୍ରମରେ ସଞ୍ଜୟ ନିଶ୍ୱାଳ, ଶିକ୍ଷକ ସୁଶ୍ରୀ ସଙ୍ଗୀତା ସାହୁ, ଶିକ୍ଷୟିତ୍ରୀ ଅମର ବାରିକ, ଶିକ୍ଷକ ଉପସ୍ଥିତ ଥିଲେ ।