ଛଅ ବର୍ଷରେ ପ୍ରଥମ ଶ୍ରେଣୀ

ଭୁବନେଶ୍ୱର : ୨୦୨୫-୨୬ ଶିକ୍ଷାବର୍ଷରୁ ନୂତନ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ପରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ସୀମା କେତେ ରହିବ ସେ ନେଇ ନିଷ୍ପତ୍ତି ହୋଇନଥିଲା । ଏନେଇ ଦ୍ୱନ୍ଦ ପରିଲକ୍ଷିତ ହୋଇଥିଲା  । ତେବେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ଛଅ ବର୍ଷ କିମ୍ବା ତା’ଠାରୁ ଅଧିକ ସ୍ଥିର କରାଯାଇଛି  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି  । ଛାତ୍ରଛାତ୍ରୀମାନଙ୍କର ସାମଗ୍ରୀକ ଶୈକ୍ଷିକ ବିକାଶ ସୁନିଶ୍ଚିତ କରିବା ପାଇଁ ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି  । ଛାତ୍ରଛାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ, ଛଅ ବର୍ଷ ବୟସ ପୂରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧ ଧାର୍ଯ୍ୟ କରାଯାଇଛି  ।