ଭାଲୁ ଆକ୍ରମଣରେ ୨ଗୁରୁତର

ଦେବଗଡ଼: ମହୁଲ ଗୋଟାଇବାକୁ ଯାଇଥିବା ଦୁଇ ଜଣ ମହିଳାଙ୍କ ଉପରକୁ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଦେବଗଡ ବନଖଣ୍ଡ ଲଇମୁରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସାଲୋହି, ଲଇମୁରା ପିଆରଏଫ ଛୁଆଳି ଘାଟିରେ ଦୁଇ ଜଣ ମହିଳାଙ୍କୁ ଭାଲୁ ଆକ୍ରମଣ କରିଛି । କୌଶଳକ୍ରମେ ଭାଲୁ କବଳରୁ ଦୁଇ ମହିଳା ଖସି ଆସିଛନ୍ତି । ମାତ୍ର ଲଇମୁରା ଗ୍ରାମର ପିଂଟୁ କିସାନଙ୍କ ସ୍ତ୍ରୀ କନାନୀ କିସାନ ଆହତ ହୋଇଥିବା ବେଳେ ବନମାଳି କିସାନଙ୍କ ସ୍ତ୍ରୀ ବରି କିସାନ ଗୁରୁତର ଆହତ ହୋଇଛନ୍ତି  । ଉଭୟଙ୍କୁ ଲଇମୁରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିସôା କରାଯାଇଛି । ମାତ୍ର ବରି ଗୁରୁତର ଆହତ ଥିବାରୁ ଉଚ୍ଚÿତର ଚିକିସôା ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭାଲୁଟି ଏବେ ମଧ୍ୟ ସେହି ଅଂଚଳରେ ରହିଥିବା ବେଳେ ବନବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଲଇମୁରା ଫରେଷ୍ଟର ତୁଷାର ପ୍ରଧାନଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ ପହଂଚି ଭାଲୁର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି ।