ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କୋମନା ଗସ୍ତ

 ନୂଆପଡା : ନୂଆପଡ଼ା ଜିଲ୍ଲା କୋମନାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଦିନିକିଆ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରଙ୍କ ସହ କୋମନା ନିବାସୀ ସଦନ ତିୱାରୀଙ୍କ ବୈଷ୍ଣବ ଦେବୀ ମନ୍ଦିର ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ସହ ତାଙ୍କ ଧର୍ମପନôୀ କୌଶଲ୍ୟା ସାଏ, ରାୟପୁର ଉତ୍ତର ବିଧାୟକ ପୁରନ୍ଦର ମିଶ୍ର ଯୋଗ ଦେଇଛନ୍ତି । ଏହି ଅବସରରେ କୋମନା ନବରାତ୍ର ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।