ହୋମ୍ ଗ୍ରାଉଣ୍ଡରେ ଲକ୍ଷ୍ନୌ ବିଜୟୀ
ନୂଆଦିଲ୍ଲୀ : ରୋମାଞ୍ଚକର ମ୍ୟାଚ୍ । ଶେଷ ପର୍ଯ୍ୟନ୍ତ କିଏ ଜିତିବ କିଏ ହାରିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଶେଷରେ ହୋମ୍ ଗ୍ରାଉଣ୍ଡରେ ୧୨ ରନ୍ ବିନିମୟରେ ମୁମ୍ବାଇକୁ ହରାଇ ଜିତିଲା ଲକ୍ଷ୍ନୌ । ମୁମ୍ବାଇ ବୋଲରଙ୍କ ଉପରେ ଭାରି ପଡ଼ିଲେ ଲକ୍ଷ୍ନୌ ବ୍ୟାଟର । ମିଚେଲ୍ ମାର୍ସ, ଇଡେନ ମାକ୍ରମଙ୍କ ଜବରଦସ୍ତ ବ୍ୟାଟିଂ । ଅର୍ଦ୍ଧଶତକୀୟ ଇନିଂସ ଖେଳିଲେ ଦୁଇ ଷ୍ଟାର ଖେଳାଳି । ଚେକ୍ ଦେଲେ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା । ଏମ୍ଆଇ କ୍ୟାପଟେନ୍ଙ୍କୁ ପାଞ୍ଚ ୱିକେଟ୍ । ନିର୍ଦ୍ଧାରିତ ୨୦ ଓଭରରେ ୨୦୩ ରନ୍ ସଂଗ୍ରହ କରିଥିଲା ଲକ୍ଷ୍ନø ସୁପରି ଜାଏଣ୍ଟ୍ସ । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୨୦୪ ରନ୍ର ଟାର୍ଗେଟ୍ ।
ଆଇପିଏଲ ମହାସମରରେ ଆଜି ୧୬ତମ ମ୍ୟାଚ୍ ଖେଳାଯାଇଥିଲା । ଲକ୍ଷ୍ନøର ଏକନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ମମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନø ସୁପର ଜାଏଣ୍ଟ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଏଲ୍ଏସଜିକୁ ଆମନ୍ତ୍ରଣ କରିଥିଲା ଏମ୍ଆଇ । ତେବେ ଘରୋଇ ପରିବେଶରେ ଏହାର ଫାଇଦା ଇଠାଇଥିଲା ଦଳ । ଦୁଇ ଓପନର ମିଚେଲ୍ ମାର୍ସ ଓ ଇଡେନ ମାକ୍ରମ୍ ମୁମ୍ବାଇ ବୋଲରଙ୍କ ଉପରେ ଜବରଦସ୍ତ ପ୍ରହାର କରିଥିଲେ । ପ୍ରଥମ ୱିକେଟରେ ଦଳ ୭୬ ରନ ପାର୍ କରିଥିଲେ । ମିଚେଲ୍ ମାର୍ସ ମାତ୍ର ୩୧ଟି ବଲ୍ ଖେଳି ୬୦ ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ଗଲା ପରେ ମାକ୍ରମ୍ ଚମକôାର ପ୍ରଦର୍ଶନ କରିଥିଲେ । ସେ ୩୮ ବଲରୁ ୫୩ ରନ୍ କରିଥିଲେ । ସେହିପରି ଆୟୁଷ ବଦୋନୀ ୩୦ ରନ୍ କରିଥିବା ବେଳେ ଡେଭିଡ୍ ମିଲର ୨୭ ରନ୍ କରିଥିଲେ । ଫଳରେ ଏଲ୍ଏସ୍ଜି ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୩ ରନ୍ କରିଥିଲା । ତେବେ ମୁମ୍ବାଇକୁ ମ୍ୟାଚ୍ ଜିତିବାକୁ ୨୦୪ ରନ୍ ଟାର୍ଗେଟ ଦେଇଥିଲା ଏଲ୍ଏସ୍ଜି । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ୫ ୱିକେଟ୍ ମିଳିଥିଲା । ଆଇପିଏଲରେ ଏହା ତାଙ୍କର ପ୍ରଥମ ପଞ୍ଝା ।