କୋଇଲା ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଏମ୍ସିଏଲ କୀର୍ତ୍ତିମାନ
ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ-ଏମ୍ସିଏଲ୍ ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ୨୨୫.୨ କୋଇଲା ଉତ୍ପାଦନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଯାହାକି ପୂର୍ବ ବିତ୍ତୀୟ ବର୍ଷ ତୁଳନାରେ ୯ପ୍ରତିଶତ ଅଧିକ ଅଟେ । ସେହିଭଳି ଗତ ଆର୍ଥିକ ବର୍ଷରେ ପୂର୍ବ ବର୍ଷମାନଙ୍କ ତୁଳନାରେ ସର୍ବାଧିକ ୨୧୦.୫ ମିଲିୟନ୍ ଟନ୍ କୋଇଲା ଯୋଗାଣ କରି ଗତ ବର୍ଷ ଅପେକ୍ଷା ୬ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ତାପଜ ବିଦୁ୍ୟତ୍ କେନ୍ଦ୍ରମାନଙ୍କୁ ପୂର୍ବ ବର୍ଷ ତୁଳନାରେ ୫ ପ୍ରତିଶତ ଅଭିବୃଦ୍ଧି ସହ ୧୫୮ ମିଲିୟନ୍ ଟନ୍ କୋଇଲା ଯୋଗାଇବାରେ ସକ୍ଷମ ହୋଇଛି । ଓଭରବର୍ଡନ ଉତ୍ତୋଳନରେ ୨୨ ପ୍ରତିଶତ ଅଭିବୃଦ୍ଧି ସହ ୩୩୮ ଘନମିଟର ଓଭରବର୍ଡନ ଅପସାରଣ କରିଛି । ଯାହାକି କୋଇଲା ଉତ୍ପାଦନରେ ସହାୟକ ହୋଇଛି । କୋଇଲା ଉତ୍ପାଦନ, ଯୋଗାଣ ଓ ଓଭରବର୍ଡନ ଅପସାରଣ ପ୍ରଭୃତି ତିନୋଟି ମାନକରେ କମ୍ପାନୀ ଉକ୍ରର୍ଷତା ପ୍ରଦର୍ଶନ କରିଛି । ଏହି ସଫଳତା ପାଇଁ ଏମ୍ସିଏଲ୍ର ସିଏମ୍ଡି ଉଦୟ ଅନନ୍ତ କାଓଲେ ସମସ୍ତ ଅଧିକାରୀ, କର୍ମଚାରୀ, ଠିକା କମ୍ପାନୀର ଶ୍ରମିକ ଏବଂ ଅନ୍ୟ ଅଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସିଏସ୍ଆର୍ କ୍ଷେତ୍ରରେ କମ୍ପାନୀ ଗତ ଆର୍ଥିକ ବର୍ଷରେ ୨୧୫ କୋଟି ଟଙ୍କା ଉପଯୋଗ କରିଛି । କୋଇଲା ଅଞ୍ଚଳର ଅଭ୍ୟନ୍ତରୀଣ ଏବଂ ପାରିପାଶ୍ୱର୍ିକ ଇଲାକାରେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେଉଛି । ରାଜ୍ୟର ସୁନ୍ଦରଗଡ଼ ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ପରିବ୍ୟାପ୍ତ ଏମ୍ସିଏଲ୍ ଦେଶର ସର୍ବବୃହତ୍ କୋଇଲା ଉତ୍ପାଦନକାରୀ ଭାବେ ଉନ୍ନିତ ହୋଇଛି ।