ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାମ୍ପସ ଚଲୋ ଅଭିଯାନ

 ଭୁବନେଶ୍ୱର:  ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡିଶା ପ୍ରଭାରୀ  କରଣ ତାମସେତ ୱାର ଛାତ୍ର କଂଗ୍ରେସର ‘କ୍ୟାମ୍ପସ ଚଲୋ ଅଭିଯାନ’ର ଶୁଭାରମ୍ଭ ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ବିଜେପି ସରକାର ୟୁନିଭର୍ସିଟି ଓ କଲେଜରେ ନିର୍ବାଚନ ନକରାଇ ଦେବାପାଇଁ ଷଡଯନ୍ତ୍ର କରୁଛନ୍ତି  । ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ମୃତୁ୍ୟ ପଛରେ ଏବିଭିପିର ସଂପୂର୍ଣ୍ଣ ହାତ ରହିଥିବାର ଜଣାପଡିବା ପରେ ସାରା ଓଡିଶାର ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ ଏବିଭିପି ବଦନାମ ହୋଇଯାଇଛି  । କ୍ୟାମ୍ପସ ଭିତରେ ହିଂସା ଓ ଅପରାଧୀକ କାର୍ଯ୍ୟ କରିବାପାଇଁ ଏବିଭିପିର ଷଡଯନ୍ତ୍ରକୁ ଓଡିଶାର ଛାତ୍ର ସମାଜ, ଅଭିଭାବକ ଓ ବୁଦ୍ଧିଜୀବି ମାନେ ଅନୁଭବ କରିସାରିଛନ୍ତି । ତେଣୁ ଛାତ୍ରଛାତ୍ରୀ ମାନଙ୍କର ସମର୍ଥନ ନପାଇବାର ଆଭାସ ପାଇ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ନକରାଇ ଦେବାପାଇଁ ଷଡଯନ୍ତ୍ର ଆରମ୍ଭ କଲେଣି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।  ଅନ୍ୟପକ୍ଷରେ ‘ଭୋଟ ଚୋରୀ’ ବିରୋଧରେ ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା ହେବ ଓ ନୂଆ ଭୋଟର ମାନଙ୍କୁ ଭୋଟ ଚୋରି ବିଷୟରେ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମରେ ପିସିିସି ସାଧାରଣ ସମ୍ପାଦକ ସୟଦ ୟାସିର ନୱାଜ, ମନୋଜ ବିଶ୍ୱାଳ, ବିଭୁତି ଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ଆଦିତ୍ୟ ପ୍ରୀତମ ଦାସ, ସାହାରୁଖ ଖାନ, ସୌମ୍ୟରଞ୍ଜନ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।