ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

 କପ୍ତିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ମେଘାସନ କଲେଜର ପଦାର୍ଥ ଓ ରସାୟନ ବିଭାଗ ପକ୍ଷରୁ ଶେଷବର୍ଷର ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି  । ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଦୀପ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ରାଉତ୍ ଯୋଗଦେଇ ବେଦ ଓ ଉପନିଷଦ ମଧ୍ୟରେ ବିଜ୍ଞାନ ଓ ଗଣିତ କିପରି ଲୁଚି ରହିଛି ତାର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଅର୍ଥନୀତି ବିଭାଗର ପ୍ରଧ୍ୟାପକ ଡଃ ନିରଂଜନ ପାଠୀ, ବାଣିଜ୍ୟ ବିଭାଗର ପ୍ରଧ୍ୟାପକ ନକୁଳ ଜେନା, ରସାୟନ ବିଭାଗର ଅଧ୍ୟାପକ ବିଜୟ କୁମାର ନାୟକ, ରସାୟନ ବିଭାଗର ଅଧ୍ୟାପିକା ତନ୍ମୟୀ ମହାନ୍ତ, ଅଧ୍ୟାପକ ପ୍ରସନ୍ନ ପଣ୍ଡା ମଞ୍ଚାସୀନହୋଇ ବିଜ୍ଞାନର ସଦୁପଯୋଗ କରିବା ସହିତ ବିଜ୍ଞାନର ଦୂରୁପଯୋଗ କିପରି ସମାଜର ବହୁଳ କ୍ଷତି ଘଟାଇଥାଏ ତାର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ  । ଶେଷରେ କନିଷ୍ଠ ଛାତ୍ରଛାତ୍ରୀମାନେ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରିଥିଲେ ।