ଛାତ୍ରୀ କୁକର୍ମ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ବର୍ଷ ଜେଲ

ଛାତ୍ରୀ କୁକର୍ମ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ବର୍ଷ ଜେଲ


ଯାଜପୁର ଟାଉନ:- ଜନୈକା ନାବାଳିକା ସ୍କୁଲ ଛାତ୍ରୀ କୁକର୍ମ ଅଭିଯୁକ୍ତ ଅତିରିକ୍ତ ଶିକ୍ଷକଙ୍କୁ ୨୦ବର୍ଷ ଜେଲ,୧ଲକ୍ଷ ୫୦ହଜାର ଟଙ୍କା ଜରିମାନା କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲା ଦୌରାଜଜ୍ ତଥା ପୋକ୍ସୋ ଜଜ୍ ଅଭିଜିତ୍ ପଲ୍ଲାଇ । ଖବର ମତେ ପାଣିକୋଇଲି ଥାନା ଅନ୍ତର୍ଗତ ଜନୈକା ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ୧୧ବର୍ଷିୟା ନାବାଳିକା ଏବଂ ତାର ସହପାଠିନୀ ସହ ପଢ଼ୁଥିବା ବିଦ୍ୟାଳୟର ଅତିରିକ୍ତ ଶିକ୍ଷକ ମୋହନ ଭୂୟାଁଙ୍କ ନିକଟକୁ ଟୁ୍ୟସନ୍ ହେବାପାଇଁ ପ୍ରତ୍ୟେକ ଦିନ ସକାଳ ୭ ରୁ ୮ ଘଟିକା ସମୟରେ ଯାଉଥିଲା । 
ଶିକ୍ଷକ ଜଣକ ଉଭୟଙ୍କୁ ଖରାପ ଦୃଷ୍ଟିରେ ଦେଖି ୨ଜଣଙ୍କୁ ଅଲଗା ସମୟରେ ଟୁ୍ୟସନ୍ ଆସିବା ପାଇଁ କହିଥିଲେ । ସେହି ଅନୁସାରେ ୨ଜଣ ଛାତ୍ରୀ ଟୁ୍ୟସନ୍ ଆସୁଥିବା ବେଳେ ପ୍ରାୟ ୧୫ଦିନ ଧରି ଉଭୟଙ୍କୁ ଶିକ୍ଷକ ଜଣକ ଦୁଷ୍କର୍ମ କରିଆସୁଥିଲେ । ଘଟଣାର ଅତିଷ୍ଠ ହୋଇ ଗତ ୨୦୨୦ମସିହା ମାର୍ଚ୍ଚମାସ ୬ତାରିଖ୨ଜଣ ଛାତ୍ରୀ ସେମାନଙ୍କ ଅଭିଭାବକମାନଙ୍କୁ ଜଣାଇବା ପରେ ଅଭିଭାବକ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ । ପ୍ରଧାନଶିକ୍ଷକ ଏହାକୁ ବୁଝିବା ପାଇଁ କହି ମଧ୍ୟ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ବରଂ ଘଟଣାକୁ ଚାପି ଦେବାପାଇଁ ଉଭୟଙ୍କ ପରିବାରକୁ ପ୍ରବର୍ତ୍ତାଇଥିଲେ । ଯାହାକୁ ନେଇ ଗ୍ରାମବାସୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇ ଜଳାପୋଡା କରାଯିବା ପରେ ଅଭିଭାବକମାନଙ୍କ ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରି ପାଣିକୋଇଲି ଥାନା ୨ଟି ଯଥା କେଶ୍ ନ୬୧/୨୦୨୦ମ୍ବର ଓ ନ୬୨/୨୦୨୦ମ୍ବର ମକୋଦ୍ଦମା ରୁଜୁ କରାଯାଇଥିଲା । ଏହି ମକୋଦ୍ଦମାକୁ ଭିତିକରି ଅଭିଯୁକ୍ତ ମୋହନ ଭୂୟାଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପୂର୍ବରୁ ୨୬.୧୨.୨୦୨୩ରିଖରେ ଗୋଟିଏ କେସ୍ ନଂ୬୨/୨୦୨୦ ରେ ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ହୋଇଥିବା ବେଳେ ଆଜି ସୋମବାର ଦିନ କେଶ୍ ନ୬୧/୨୦୨୦ମ୍ବରର ଚୂଡାନ୍ତ ଶୁଣାଣିକରି ଭାରତୀୟ ପିଙ୍ଗଳକୋର୍ଡ ନ୩୭୬ (ଏ.ବି)/୩୭୬ (ଏମ୍) ଏବଂ ୬ ପୋକ୍ସୋ ଧାରା ଅନୁଯାଇ ୧୬ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତିକରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ ଜଜ୍ ଅଭିଜିତ୍ ପଲାଇ ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଏହି ଅର୍ଥ ଅନାଦେୟରେ ଅଧିକ ୧୮ମାସ ଜେଲ୍ ଦଣ୍ଡାଦେଶ ଭୋଗିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ପୀଡିତାଙ୍କୁ ୭ଲକ୍ଷ ଟଙ୍କା ସହ ଜରିମାନା ୧ଲକ୍ଷ ୫୦ହଜାର ଟଙ୍କା ସମୁଦାୟ ୮ଲକ୍ଷ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ ଜିଲା ଆଇନ୍ ପ୍ରାଧିକରଣକୁ ନିଦେ୍ର୍ଦଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସୁ୍ୟକୁଟର ରାଜୀବ ମହାନ୍ତି ମକୋଦ୍ଦମା ପରିଚାଳନା କରିଥିଲେ ।