ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ ଶିବିର
ଯାଜପୁର ଟାଉନ: ପୁନର୍ବାସ ସେବା ଓ ଥଇଥାନ କେନ୍ଦ୍ର ସହଯୋଗରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସହାୟତାରେ ଦିବ୍ୟାଙ୍ଗମାନଙ୍କୁ ଆବଶ୍ୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଶିବିରରେ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଉପସ୍ଥିତ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର, ଭଦ୍ରକ ସମ୍ପାଦକ ଡ଼ା.ଭଗବାନ ପରିଡା ଏବଂ କର୍ମଚାରୀ ମୋନାଲିସା ସୁନ୍ଦରରାୟ, କମଳାକାନ୍ତ ବାରିକ, ରତିକାନ୍ତ ନାୟକ, ଉମେଶ ଚନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା ଏହି ଶିବିର ପରିଚାଳନା କରିଥିଲେ । ଶିବିରରେ ୧୨ଟି ଟ୍ରାଇ ସାଇକେଲ, ୬ଟି ହୁଇଲ୍ ଚେୟାର, ୧ଟି ସ୍ମାର୍ଟ ଫୋନ, ୧ହଳ ଶ୍ରବଣ ବାଧିତ ଯନ୍ତ୍ର, ୧ଟି ସିପି ୱାକର, ୧୨ଟି କୃତ୍ରିମ ଅଙ୍ଗ, ୧୦ଯୋଡା ଆଶାବାଡି, ୭ଟି କାଲିଫର୍ ଜୋତା, ୩ଟି ରୋଲେଟର, ୩ଗୋଟି ୱାକିଙ୍ଗ ଷ୍ଟିକ, ଏହିପରି ୪୩ ଜଣ ଭିନ୍ନକ୍ଷମଙ୍କୁ ୫୬ଗୋଟି ଉପକରଣ ବଣ୍ଟନ କରାଯାଇଥିଲା । ସଭା ପରିଚାଳନାରେ ଅନ୍ୟ ସହଯୋଗୀ କର୍ମଚାରୀ ସଂଗ୍ରାମ କେଶରୀ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୋମନାଥ ମଲ୍ଲିକ, ଅନୀଲ କୁମାର ସାହୁ, ସାଇସୁରଜ୍ ସିଂ, ସ୍ନେହାଶିଷ ମିଶ୍ର, ଭଗବାନ ଜେନା ଓ ଦୀପକ ଜେନା ଆଦି ସହଯୋଗ କରିଥିଲେ ।