କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
କାଳିଆପାଣି : କଲରଙ୍ଗୀ ଡମଶାଳନାଳ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଯୁବକ ଜଣକ କଲରଙ୍ଗୀ ଅତା ଗ୍ରାମର ସୁଦର୍ଶନ ମହାନ୍ତଙ୍କ ପୁଅ କୁନା (୩୫) । ସନ୍ଧ୍ୟାରେ ନିଜ ଘର ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇ ଘରକୁ ଫେରି ନଥିଲେ । ସକାଳେ ତାଙ୍କ ମୃତ ଶରୀର କେନାଲରେ ଭାସୁଥିବାର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । କାଳିଆପାଣି ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା ।