ଜଗଦୀପ ଧନଖଡଙ୍କ ଟିପ୍ପଣୀକୁ ନେଇ ସବୁଠି ଚର୍ଚ୍ଚା

ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ବୈଠକ ଫେବ୍ରୁଆରି ୧୭ରେ ଅନୁଷ୍ଠିତ ହେବ । ଏହି ବୈଠକ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପକ୍ଷରୁ ଏକ ବୟାନ ଆସିଛି । ଉପରାଷ୍ଟ୍ରପତି କହିଛନ୍ତି , ପ୍ରଧାନ ବିଚାରପତି କୌଣସି ପ୍ରକାର କାର୍ୟ୍ୟନିର୍ବାହୀ ନିଯୁକ୍ତିରେ ଅଂଶଗ୍ରହଣ କରିବା ଉଚିତ ନୁହେଁ । ଶୁକ୍ରବାର ଭୋପାଳସ୍ଥିତ ନ୍ୟାସନାଲ ଜୁଡିସିଆଲ ଏକାଡେମୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଧନଖଡ ଏହା କହିଛନ୍ତି । ଏବେ ମୁଖ୍ୟ ନିର୍ବାଚନ କମିଶନର ଚୟନରେ ମୁଖ୍ୟ ବିଚାରପତିଙ୍କ ସମ୍ପୃକ୍ତି ନାହିଁ। ପୂର୍ବରୁ ସେ ଏହି ଚୟନ ପାଇଁ ଗଠିତ ତିନି ଜଣିଆ ପ୍ୟାନେଲରେ ସାମିଲ ଥିଲେ । ଏହି ପ୍ୟାନେଲରେ ପ୍ରଧାନ ବିଚାରପତିଙ୍କ ସହ ଦେଶର ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ସାମିଲ କରାଯାଇଥିଲା, କିନ୍ତୁ ୨୦୨୩ରେ ଏହି ଆଇନ ପ୍ରଣୟନ ହେବା ପରେ ପ୍ରଧାନ ବିଚାରପତିଙ୍କୁ ଏହି ପ୍ୟାନେଲରୁ ହଟାଇ ଦିଆଯାଇଥିଲା ।ଉପରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି ,
ଉପରାଷ୍ଟ୍ରପତିଙ୍କ ପ୍ରଶ୍ନ : -ଭାରତ ଭଳି ଗଣତନ୍ତ୍ରରେ ପ୍ରଧାନ ବିଚାରପତିଙ୍କୁ କୌଣସି କାର୍ୟ୍ୟନିର୍ବାହୀ ନିଯୁକ୍ତିରେ ସାମିଲ କରାଯିବା ଉଚିତ ନୁହେଁ
-ପ୍ରଧାନ ବିଚାରପତି ସିବିଆଇ ନିର୍ଦ୍ଦେଶକଙ୍କ ଚୟନରେ କିପରି ଅଂଶଗ୍ରହଣ କରିପାରିବେ?
- ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଫେବ୍ରୁଆରି ୧୮ରେ ଅବସର ନେଉଛନ୍ତି
-ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ, ରାହୁଲ ଗାନ୍ଧୀ ଏବଂ ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କୁ ନେଇ ଗଠିତ ତିନି ଜଣିଆ ପ୍ୟାନେଲ ବୈଠକ କରିବେ
-ଏହି ବୈଠକରେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନରଙ୍କ ନାମ ଉପରେ ଆଲୋଚନା ହେବ
-ଏହା ପୂର୍ବରୁ ଉପରାଷ୍ଟ୍ରପତିଙ୍କ ଟିପ୍ପଣୀକୁ ନେଇ ସବୁଠି ଚର୍ଚ୍ଚା