ଜଙ୍ଗଲରେ ନିଅାଁ, ପୋଡ଼ି ଯାଉଛି ଗଛ

 ନୂଆପଡା : ଏବେ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଜଙ୍ଗଲରେ ନିଆଁ ଲାଗି ଗଛ ସବୁ ପୋଡ଼ି ଯାଉଥିବା ଦେଖାଯାଉଛି । କେବଳ ଜଙ୍ଗଲରେ ଗଛ ପୋଡ଼ି ଯାଉନି ରାସ୍ତା କଡର ଗଛ ସବୁ ମଧ୍ୟ ଖରାରେ ପୋଡ଼ି ଯାଉଛି । ଗଛ ସବୁ ଶୁଖି ଯାଉଛି । ଖାଲି ଖରା ନୁହଁ ଚାଷୀ ମାନେ ଜମିରେ ନିଆଁ ଲଗାଇ ଦେଇଥିବା ବେଳେ ସେହି ନିଆଁ ରାସ୍ତା କଡର ଗଛ ସବୁରେ ଲାଗି ଯାଉଛି । ଖଡ଼ିଆଳ ଠାରୁ ଭବାନୀ ପାଟଣା, ନୂଆପଡ଼ା, ସିନାପାଲି, ବୋଡ଼େନ ଯାଉଥିବା ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗ୍ରାମ ରାସ୍ତାର ଦୁଇ ପଟରେ ଥିବା ଗଛ ସବୁ ଜଳି ଯାଉଛି । ଫଳରେ ତାପମାତ୍ରା ବଢିବା ସହ ପଥଚାରୀ ମାନେ ବିଶ୍ରାମ ନେବାରେ ଅସୁବିଧା ଭୋଗ କରୁଛନ୍ତି । ଲୋକେ ସଚେତନ ହେବା ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି । ଏନେଇ ଖଡ଼ିଆଳ ଡି ଏଫ୍ ଓ ଅଜିଜ ଖାନଙ୍କୁ ପଚାରିବାରୁ ନିଆଁ ଲଗାଉଥିବା ଲୋକେ ବିଷୟରେ ଖବର ପାଇଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।