ବେଆଇନ ବାଲି ଚାଲାଣ ଉପରେ ପୋଲିସର ଆକ୍ସନ
ଆସିକା: ଆସିକା ତହସିଲ ଅନ୍ତର୍ଗତ କେନ୍ଦୁପଦର ନଦୀ ପଠାରୁ କୋଟିନଡ଼ା ପୋଲିସ ନୁଆଁ ବର୍ଷରୁ ଆରମ୍ଭ କରିଛି ବେଆଇନ ବାଲି ଚାଲାଣ ଉପରେ ଏକ୍ସନ କ୍ଷ କିଛି ଦିନ ପୂର୍ବରୁ ଭଞ୍ଜନଗର ଉପଜିଲ୍ଲାପାଳ ଏହି କେନ୍ଦୁପଦର ନଦୀ ବାଲିରେ ୧୪୪ ଲାଗୁ କରି ନାଲି ବାନା ପୋତିଥିଲେ । ହେଲେ ବାଲିର ସର୍ଦ୍ଧାର ମାନେ କାହାକୁ ନଡରି ଅନାୟାସରେ ୧୪୪ ଧାରା ଲାଗିଥିବା ଅଞ୍ଚଳରୁ ବେଆଇନ ବାଲି ଉତ୍ତୋଳନ ବେଳେ କୋଟିନଡା ଥାନା ଟିମ ଘଟଣା ସ୍ଥଳରେ ପହଞ୍ଚô ଗୋଟିଏ ହାଇୱା ଗାଡିକୁ ଅଟକ ରଖି ଚେକ କରିଥିଲେ । ପ୍ରଶାସନର ୧୪୪ ଧାରା ବଳ ବତର ଥିବା ଅଞ୍ଚÿଳରୁ ବାଲି ଉତୋଳନ କରୁଥିବା ଗାଡିକୁ ନୁଆଁ ବର୍ଷ ଆରମ୍ଭରୁ ମାହାଙ୍ଗା ପଡିଲା । କୋଟିନଡା ଥାନା କେସ ନମ୍ବର ୦୧/୨୫ ରେ ଏକ ମାମଲା କରି ହାଇୱା ଗାଡିକୁ ଥାନା ରେ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀଣୀ ଦୀପିକା ରୟ ପ୍ରକାଶ କରିଛନ୍ତି ।