ଜଙ୍ଗଲୀ ଦନ୍ତା ହାତୀ ଆତଙ୍କ
ସୁକିନ୍ଦା : ଗତ କିଛି ଦିନ ଧରି ସୁକିନ୍ଦା ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରେ ସୁକିନ୍ଦା ପଞ୍ଚାୟତର ରାମକି କାରଖାନା ପରିସରରେ ଏକ ଜଙ୍ଗଲୀ ଦନ୍ତା ହାତୀ ଦେଖି କର୍ମଚାରୀ ଭୟବିତ ହୋଇ ବନବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ପୂର୍ବରୁ ସେହି ହାତୀ ଦଲକି ଓ ପୁରୁଣାପାଣି ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିଥିବା ବେଳେ ଏକ ରହିବା ଘର ଭାଙ୍ଗିବା ସହ ଏକ ଗାଈକୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡିଛି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଜଙ୍ଗଲୀ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଛି ।