ଜନ ଅଭିଯୋଗ ଶୁଣାଣି ଶିବିର


ାା ପ୍ରଭାନୁ୍ୟଜ ।ା  ବାଙ୍କୀ/ କଟକ: ବାଙ୍କୀ ବ୍ଲକରେ କଟକ ଜିଲ୍ଲାପାଳଙ୍କ ପକ୍ଷରୁ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଓ ଶିବ ଟପୋ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ବିଭାଗକୁ ପଠାଇଥିଲେ । ଏହି ଶିବିରରେ ୧୨୪ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ପାନୀୟ ଜଳ, ଆବାସ ଯୋଜନା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସଂପର୍କୀତ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହି ଶିବିରରେ କଟକ ଜିଲ୍ଲା ଏସ୍ପି ଏଲ୍ବିଦ୍ୟା, ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ଉପଖଣ୍ଡ ପୋଲିସ୍ ଅଧିକାରୀ ବିଜୟ କୃଷ୍ଣ ମହାପାତ୍ର, ବାଙ୍କୀ ତହସିଲଦାର ଅଶେଷ କୁମାର ନାୟକ, ବାଙ୍କୀ ଏନ୍ଏସି ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ, କୃଷି ଜିଲ୍ଲା ଅଧିକାରୀ ବିଶ୍ୱନାଥ ଦାଶ, ଉପଖଣ୍ଡ ସୂଚନା ଲୋକସଂପର୍କ ଅଧିକାରୀ ଅମ୍ଳାନ ଦାଶ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଫଇସଲା କରିବାରେ ସହଯୋଗ କରିଥିଲେ । ବାଙ୍କୀ ବ୍ଲକ ବିଡିଓ ମନସ୍ୱନୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।