ରୋଗୀଙ୍କୁ ଫଳ ବଣ୍ଟନ
ବୁଗୁଡ଼ା: ବୁଗୁଡ଼ା ବ୍ଲକ୍ ବିଜେଡି ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ବ୍ଲକ୍ କାର୍ଯ୍ୟାଳୟ ଓ ନୂଆ ବସ୍ଷ୍ଟାଣ୍ଡ ପରିସରସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଦ୍ୱୟରେ ପୁଷ୍ପମାଲ୍ୟ ଅର୍ପଣ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କାଉନସିଲର ସୁଧାଂଶୁ ଶେଖର ପାଢୀ ଓ ସୂର୍ଯ୍ୟ ନାରାୟଣ ମହାନ୍ତି, ସରପଞ୍ଚ ସୁଶାନ୍ତ ପ୍ରଧାନ, ମନୋରଞ୍ଜନ ଦାଶ, ରବିନ୍ଦ୍ର କୁମାର ପଣ୍ଡା, କେ.ତ୍ରିଲୋଚନ ଦୋରା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିତେନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ମୁକୁନ୍ଦ ନାୟକ, କବିରାଜ ଗୌଡ ଓ ସମିତି ସଭ୍ୟ କୃଷ୍ଣ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ଖଦାଳ ଖଟେଇ, ବରୁଣ ସେନାପତି, ଅମରେନ୍ଦ୍ର ସେନାପତି ଓ ସାହିଲ ପ୍ରଧାନଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।