"ମୋ ଦୃଷ୍ଟିରେ ଡଃ ଦାସ ପୁସ୍ତକ' ଉନ୍ମୋଚିତ
କଟକ : ପ୍ରଜାତନ୍ତ୍ରର ୭୮ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ସାଂସଦ ଭର୍ତ୍ତୁହରି ମହତାବ ନିଜ କାର୍ଯ୍ୟାଳୟରେ 'ମୋ ଦୃଷ୍ଟିରେ ଡଃ ଦାସ ପୁସ୍ତକ'କୁ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ମହାନ ସାଧୁ ଶ୍ରୀ ଶ୍ରୀ ମୌନି ବାବା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଭର୍ତ୍ତୁହରି ମହତାବ, ମେୟର ସୁବାସ ସିଂହ, ପୂର୍ବତନ ମହାନଗରପାଳ ଆର୍ଶିବାଦ ବେହେରା, ରାଜ୍ୟ ବାର କାଉନସିଲ ସଚିବ ଯଯାତି କେଶରୀ ସାମନ୍ତସିଂହାର ଏବଂ ରାଷ୍ଟ୍ରୀୟ ମହତାବ ସେବା ଦଳର କେନ୍ଦ୍ରୀୟ ସଭାପତି ଆଡ଼ଭୋକେଟ ମନୋଜ ବିହାରୀ ଦାସଙ୍କ ଶୁଭେଚ୍ଛା ବାର୍ତ୍ତା ସ୍ଥାନ ପାଇଛି । ଏହାଛଡ଼ା ପୁସ୍ତକରେ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଲେଖା ମଧ୍ୟ ପ୍ରକାଶିତ ହୋଇଛି । ଉପରୋକ୍ତ ଲେଖକମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ରଥ, ପ୍ରଫେସର ସନତଦାସ ପଟ୍ଟନାୟକ, ଅନଦା ପ୍ରସାଦ ରାୟ, ପ୍ରଫେସର ପ୍ରତାପ ପଟ୍ଟନାୟକ, ପଣ୍ଡିତ ନୀଳକଣ୍ଠ ରାଉତ, ଦଇତାରି ମହାପାତ୍ର, ମାନସ ଦାସଙ୍କ ସମେତ ୩୬ଜଣ ସୁପ୍ରତିଷ୍ଠିତ ସାରସ୍ୱତ ସାଧକଙ୍କ ଲେଖା ପୁସ୍ତକରେ ସ୍ଥାନ ପାଇଛି । ଏହାଛଡ଼ା ବିଭୂବୈଭବ ପତି୍ରକାର ସଂପାଦକ ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ୟଙ୍କ ସାକ୍ଷାତକାର ମଧ୍ୟ ପୁସ୍ତକରେ ସ୍ଥାନିତ ହୋଇଛି । ଏହି ଉଚ୍ଚକୋଟୀର ପୁସ୍ତକଟିକୁ ସାସଂଦ ମହତାବ ଭୂୟସୀ ପ୍ରଶଂସା କରିବା ସହିତ ଡ ଦାସଙ୍କୁ ଶୁଭେଚ୍ଛ ଜଣାଇଛନ୍ତି ।