ଜନ ଆରୋଗ୍ୟ ସମିତି ବୈଠକ

 ରସୁଲପୁର: ରସୁଲପୁର ବ୍ଲକ ଭୋଟକା ପଂଚାୟତ ସମ୍ମିଳନୀ କକ୍ଷରେ ଜନଆରୋଗ୍ୟ ସମିତି ବୈଠକ ସରପଞ୍ଚ ସ୍ମୃତିରେଖା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିଥି ଭାବେ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡ. ବସନ୍ତ ପଣ୍ଡା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ପଞ୍ଚାୟତର ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରସ୍ତୁତ କାର୍ଯ୍ୟ ଖସଡା ସମ୍ପର୍କରେ ଆଲୋଚନା କରାଯାଇଛି । ବଡରମ୍ପେଇ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ରଞ୍ଜିତା ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ, ଏଏନ୍ଏମ୍ ସାବିତ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଆଶାକର୍ମୀ ମମତା ମହାନ୍ତି, ଶ୍ରଦ୍ଧାଞ୍ଜଳି ପାଣି, ସୁଲୋଚନା ଦାସ, ଶାନ୍ତିଲତା ଦାସ, ଅଙ୍ଗନୱାଡି କର୍ମୀ ନିରୁପମା କର, ଶାନ୍ତିଲତା ପଣ୍ଡା, ସୁଂଜୁକ୍ତା ସ୍ୱାଇଁ, ସବିତା ସାହୁ, ୱାର୍ଡ ସଭ୍ୟା ସୁକାନ୍ତି ସାହୁ, ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଯୋଗଦେଇଥିଲେ ।