କୁମ୍ଭ ମେଳାରେ ବୃଦ୍ଧା ନିଖୋଜ

ନୀଳଗିରି: କୁମ୍ଭ ମେଳା ବୁଲିବାକୁ ଯାଇଥିବା ନୀଳଗିରି ଅଞ୍ଚଳର ଜଣେ ୫୫ବର୍ଷୀୟା ବୃଦ୍ଧା ନିଖୋଜ ଥିବା ବେଳେ ପରିବାର ଲୋକେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ତିନେ୍ଦଶ ନରସିଂହପୁର ଗ୍ରାମର ଦୋଳଗୋବିନ୍ଦ ପାଢ଼ୀଙ୍କ ପରିବାର କୁମ୍ଭ ମେଳା ବୁଲିବାକୁ ଯାଇଥିଲେ । କୁମ୍ଭ ମେଳାର ସପରିବାର ପୂଜାର୍ଚ୍ଚନା କରିବା ସହ ସ୍ନାନ ମଧ୍ୟ କରିଥିଲେ । ବେଶ୍ ଦୁଇ ଦିନ ଧରି ବୁଲା ବୁଲି କରିଥିଲେ । ମାତ୍ର ୨୯ତାରିଖ ଦିନ ସପରିବାର ବୁଲା ବୁଲି କରୁଥିବା ସମୟରେ ଦୋଳଗୋବିନ୍ଦର ସ୍ତ୍ରୀ ଦମୟନ୍ତୀ ଜଣ ଗହଳି ଭିତରେ ହଜି ଯାଇଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନଥିଲେ । ପରେ ଘରକୁ ଫେରିଲା ପରେ ଶୁକ୍ରବାର ଦିନ ଦମୟନ୍ତି ପୁଅର ବୋହୂ ସବିତା ପାଢ଼ୀ ଶାଶୂ ନିଖୋଜ ଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ବାବଦରେ ତଦନ୍ତ ଜାରି ରଖିଛନ୍ତି ।