ତଞ୍ଚକତା କରି ଜମି ହଡ଼ପ, ଥାନାରେ ମମଲା
ସାଲେପୁର: ସାଲେପୁର ତହସିଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ପିତାଙ୍କ ମୃତୁ୍ୟ ପରେ ଅନ୍ୟ କେତେକ ଅଂଶୀଦାର ତହସିଲ କର୍ମଚାରୀଙ୍କୁ ହାତ କରି ବେଆଇନ୍ ଭାବେ ୫ଏକର ସମ୍ପତ୍ତି ସେମାନଙ୍କ ନାମରେ କରାଇ ନେଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହେବା ସହ କଟକ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ସାଲେପୁର ତହସିଲ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପ୍ରେମାନନ୍ଦ ଜେନାଙ୍କ ପୁଅ ବ୍ରହ୍ମାନନ୍ଦ ଜେନା ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜେଜେ ଗୋବିନ୍ଦ ଜେନାଙ୍କ ମୃତୁ୍ୟ ପରେ ତାଙ୍କର ଅନ୍ୟ କେତେକ ଅଂଶୀଦାର ତାଙ୍କ ଜେଜେ ନାମରେ ଥିବା ଦୁର୍ଗାପୁର ମୌଜାର ଖାତା ନଂ-୨୪, ୧୧୭, ୧୧୮, ୪୧, ୧୭୬ର ପ୍ରାୟ ୫ଏକର ସମ୍ପତ୍ତି ତାଙ୍କ ବାପା ପ୍ରେମାନନ୍ଦ ଜେନାଙ୍କୁ ନ ଜଣାଇ ସେମାନଙ୍କ ନାମରେ ପଟ୍ଟା କରିନେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏହି ବେଆଇନ୍ କାର୍ଯ୍ୟରେ ସାଲେପୁର ତହସିଲର କେତେକ କର୍ମଚାରୀ ସଂପୃକ୍ତି ଥିବା ନେଇ ସେ କଟକ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହି ବେଆଇନ୍ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନୂତନ ଭାବେ ହୋଇଥିବା ପଟ୍ଟାଗୁଡିକୁ ଖାରଜ କରି ପୁନର୍ବାର ତାଙ୍କ ଜେଜେଙ୍କ ନାମରେ ପଟ୍ଟା କରିବାପାଇଁ ସେ ଲିଖିତ ଭାବେ ଜଣାଇଛନ୍ତି । ଏ ସଂପର୍କରେ ଆମ ପ୍ରତିନିଧି ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କୁ ପଚାରିବାରେ ସାଲେପୁର ତହସିଲରେ ଏଭଳି କୌଣସି ବେଆଇନ୍ କାର୍ଯ୍ୟ କରାଯାଇନାହିଁ ବୋଲି ସେ ପ୍ରକାଶ କରିଥିଲେ ।