ସାପ କାମୁଡାରେ ଜଣେ ମୃତ
ରାଜନଗର: ରାଜନଗର ବ୍ଲକ କୁରୁଂଟି ପଞ୍ଚାୟତ ନୋଧାବସନ୍ତ ଗ୍ରାମର ନାଥୁରାମ ପ୍ରଧାନ(୫୨) ସାପ କାମୁଡାରେ ମୃତୁ୍ୟବରଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ସାନଭାଇ ସର୍ବେଶ୍ୱର ପ୍ରଧାନ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ନାଥୁରାମ ସୋମବାର ରାତିରେ ଘରେ ଶୋଇଥିଲେ । ରାତି ପ୍ରାୟ ୨ଟା ସମୟରେ ତାଙ୍କୁ କଣ କାମୁଡି ଦେଲା ବୋଲି ଘରେ କହିଥିଲେ । କିଛି ଘଣ୍ଟାର ବ୍ୟବଧାନପରେ ତାଙ୍କର ବାନ୍ତି ହୋଇଥିଲା । ପରିବାର ଲୋକେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ତାଙ୍କ ସାନଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ପହଂଚି ଶବକୁ ଜବତ କରିବା ସହ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଥିଲା । ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି ।