ଜନ୍ମମାଟିରେ କର୍ଣ୍ଣେଲଙ୍କୁ ଶ୍ରଦ୍ଧାଞ୍ଜଳି
ଚମ୍ପୁଆ: ଜନ୍ମମାଟି ଚମ୍ପୁଆରେ ପହଞ୍ଚିଲା କର୍ଣ୍ଣେଲ ସୋମନାଥ ମିଶ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମରଶରୀର ଜନ୍ମମାଟ ଚମ୍ପୁଆରେ ପହଞ୍ଚିବା ପରେ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ପଟୁଆରରେ ବ୍ରାହ୍ମଣ ଶାସନ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ଶେଷ ଦର୍ଶନ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଏନ୍ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ସହକାରୀ ଜିଲ୍ଲାପାଳ ଫୁରଲାଇ ବେସ୍ରା, ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଆଇଆଇସି ରମାକାନ୍ତ ମୁଦୁଲି, ଓକିଲ ସଂଘର ସଭାପତି ରମେଶ ପ୍ରଧାନ, ବଣିକ ସଂଘ ସଭାପତି ସୁବାଷ ରାମ ପ୍ରମୁଖ ଶହଶହ ଲୋକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଚମ୍ପୁଆ ବୈତରଣୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସୂଚନା ଅନୁସାରେ ସ୍ୱର୍ଗତ ମିଶ୍ରଙ୍କର ଜୁନ ୧୭ ତାରିଖ ଦିଲ୍ଲୀ ଆର୍ମି ବେସ ହସ୍ପିଟାଲରେ ଚିକିସôାଧୀନ ଅବସ୍ଥାରେ ହୃଦଘାତରେ ମୃତୁ୍ୟ ହୋଇଥିଲା । ୬୩ ରାଷ୍ଟ୍ରୀୟ ରାଇଫଲ ବିହାର ରେଜିମେଣ୍ଟରେ ସେ କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରି ସାହସ ଓ ଦେଶପ୍ରେମୀ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଥିଲେ ।