ଅବହେଳାରୁ ନାବାଳକ ମୃତ
କଟକ : କଟକ ସିଟି ହସ୍ପିଟାଲରେ ଚିକିସôା ଅବହେଳାରୁ ଜଣେ ୧୬ ବର୍ଷର ନାବାଳକଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ଫଳରେ ଏହି ଘଟଣାକୁ ନେଇ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆକ୍ରୋଷ ଦେଖା ଦେଇଥିଲା । ଶୁକ୍ରବାର ରାତିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସୂଚନାଯୋଗ୍ୟ, ଝାଡ଼ାବାନ୍ତି ହେବାରୁ ଉପର ତେଲେଙ୍ଗା ବଜାର ନିକଟ ବସ୍ତିର ଶୁକଦେବ ଦାସଙ୍କ ପୁଅ ଅନିଲ ଦାସ (୧୬) ନାବାଳକକୁ ଶୁକ୍ରବାର ସକାଳେ ଜିଲ୍ଲା ମୁଖ୍ୟ ଚିକିସôାଳୟ ବା ସିଟି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅନିଲର ଚିକିସôା ମଧ୍ୟ ଚାଲିଥିଲା । ହେଲେ ସେହିଦିନ ସନ୍ଧ୍ୟାବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ମେଡ଼ିକାଲ ନେବାପାଇଁ ପରିବାର ଲୋକ ଡାକ୍ତରଙ୍କୁ ନେହୁରା ହୋଇଥିଲେ । କୌଣସି ଅଭିଜ୍ଞ ଡାକ୍ତର ନଥିବାରୁ ରାତିରେ ପିଲାକୁ ଏସସିବି ମେଡ଼ିକାଲ ନେବା ପାଇଁ ସିଟି ହସପିଟାଲର ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ମେଡ଼ିକାଲ ପରିସରରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ ସେ ପିଲାକୁ ଏସସିବି ମେଡ଼ିକାଲ ନେବାକୁ ରାଜି ହୋଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଭିଆଇପିଙ୍କ ପାଇଁ ସେ ଆମ୍ବୁଲାନ୍ସ ଅଛି ବୋଲି କହି ରୋଗୀଙ୍କ ପରିବାରକୁ ମନା କରିଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଶେଷରେ ପିଲାଟିର ଜୀବନ ଚାଲି ଯାଇଥିଲା । ଯାହାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ଶବ ରଖି ନଦୀବନ୍ଧ ରାସ୍ତାକୁ ଅବରୋଧ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଏହି ଘଟଣା ନେଇ କମିଶନରେଟ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।