ଜମି ନାଁରେ ୨୦ ଲକ୍ଷ ଠକେଇ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୪ା୧୨ : ୨୭ ଡିସିମିଲି ଜମିକୁ ୩୩ ଡିସିମିଲି କରି ବିକ୍ରି କରିବା ସହ ୨୦ ଲକ୍ଷରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିବା ଘଟଣାରେ ତମାଣ୍ଡୋ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦକା ଥାନା ନିକଟସ୍ଥ ମଳିପଡାର ଜାମିନ କାନ୍ତ ଘୋଷ(୫୩) । ଠକେଇ ଘଟଣାରେ ଗିରଫ ହେବା ପରେ ତାଙ୍କର ଜାମିନ ନାମଞ୍ଜୁର ହୋଇଯାଇଥିଲା । ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ତମାଣ୍ଡୋ ଥାନା ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛି । ଏହି ଠକେଇରେ ଆଉ କେଉଁ କେଉଁମାନଙ୍କ ସଂପୃକ୍ତି ରହିଛି କି ନାହିଁ ତାର ଖୋଳତାଡ କରୁଛି ତମାଣ୍ଡୋ ଥାନା ପୁଲିସ  ।
 ସୂଚନା ଯୋଗ୍ୟଯେ, ମହେନ୍ଦ୍ର କୁମାର ବେହରା ନାମକ ଜଣେ ବ୍ୟକ୍ତି ତମାଣ୍ଡୋ ଥାନା ଅଞ୍ଚଳରେ ଏକ ଜମି କିଣିଥିଲେ । ଅଭିଯୁକ୍ତ ଜାନକୀକାନ୍ତ ଘୋଷ ସଚିନ୍ଦ୍ରନନ୍ଦ ଶ୍ରୀଚନ୍ଦଙ୍କଠାରୁ ଶ୍ରୀ ଘୋଷ ୨୭ ଡିସିମିଲ ଜମିକୁ ବରମୁଣ୍ଡାର ମଙ୍ଗରାଜ ପରିବାରଠାରୁ କିଣିଥିଲେ । ପରେ ସେହି ଜମିକୁ ତାଙ୍କ ସ୍ତ୍ରୀଙ୍କ ନାମରେ କରିବା ପରେ ମାର୍ଚ୍ଚ ୨୦ ତାରିଖରେ ମହେନ୍ଦ୍ରଙ୍କୁ ୩୩ ଡିସିମିଲି କରି ବିକି୍ର କରି ଦେଇଥିଲେ । ଏହି ବାବଦକୁ ସେ ୨୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନେଇଥିଲେ । ପରବର୍ତ୍ତି ସମୟରେ ୨୭ ଡିସିମିଲି ଜମିକୁ ୩୩ ଡିସିମିଲିରେ ବିକି୍ର କରିବା ନେଇ ଜାଣିବା ପରେ ସେ ଶ୍ରୀ ଘୋଷଙ୍କୁ ଜଣାଇବା ସହ  ଟଙ୍କା ଫେରାଇବାକୁ କହିଥିଲେ । ହେଲେ ସେ ନାଁ ଟଙ୍କା ଫେରାଇଥିଲେ  । ଏନେଇ ମହିନ୍ଦ୍ର କୁମାର ବେହେରା ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଠକେଇ ମାମଲା ରୁଜୁ କରିବା ସହ ଥାନା ଅଧିକାରୀ ସୁବ୍ରତ ମେହେରଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ । ଶନିବାର ଦିନ ଜାମିନକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି  । ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।