୫ଟି ଥାନା ଜାଲରେ ୧୦ ଲୁଟେରା; ୧୫ ମୋବାଇଲ, ଟଙ୍କା ଓ ୨ଟି ବାଇକ ଜବତ
ଭୁବନେଶ୍ୱର, ୨୪ା୧୧ : ଗୋଟିଏ ଦିନରେ କମିଶନରେଟ୍ ପୁଲିସର ୫ଟି ଥାନାର ପୁଲିସ ୧୦ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ଟି ମୋବାଇଲ, ୨ଟି ବାଇକ ଓ କିଛି ଟଙ୍କା ଜବତ କରିଛନ୍ତି । ଥାନା ଗୁଡ଼ିକ ହେଲା, କ୍ୟାପିଟାଲ, ଖାରବେଳନଗର, ବାଲିଅନ୍ତା, ନୟାପଲ୍ଲୀ ଓ ଏୟାରପୋର୍ଟ ଥାନା । ଏହି ସବୁ ଥାନା ମଧ୍ୟରୁ ଏୟାରପୋର୍ଟ ଥାନା ପୁଲିସ ୨ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଥିବା ବେଳେ, କ୍ୟାପିଟାଲ ଥାନା ଜଣେ ମୋବାଇଲ ଲୁଟେରାକୁ ଗିରଫ କରିବା ସହ ତାଠାରୁ ୪ଟି ମୋାବଇଲ ଜବତ କରିଛି । ସେହିପରି ବାଲିଅନ୍ତା ଥାନା ପୁଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬ଟି ମୋବାଇଲ ଜବତ କରିଛି । ଖାରବେଳନଗର ଥାନା ୨ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ମୋବାଇଲ ଜବତ କରିଛି ଓ ନୟାପଲ୍ଲୀ ଥାନା ମଧ୍ୟ ୨ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ମୋବାଇଲ ଜବତ କରିବାରେ ସଫଳ ହୋଇଛି । ୫ଟି ଥାନାର ୧୦ ଅଭିଯୁକ୍ତ ହେଲେ, କ୍ୟାପିଟାଲ ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲାର ରମେଶ କୁମାର ଧାମୁଡ଼ିଆ, ବାଲିଅନ୍ତା ସଠିଲୋ ଗ୍ରାମର ପ୍ରମୋଦ ଭୋଇ, ବାଲିଅନ୍ତା ନୁଆଁ ସାହିର ପିଣ୍ଟୁ ଭୋଇ, ବୁଲୁ ଭୋଇ, ୟୁନିଟ୍-୩ ମସଜିଦ୍ କଲୋନୀର ଏସକେ ମାନି, ୟୁନିଟ୍-୪ ମଙ୍ଗଳା ବସ୍ତିର ବିକାଶ ବେହେରା, ନୟାପଲ୍ଲୀ ଗଣପତି ନଗରର ସୁରେନ୍ଦ୍ର ଦିଗାଲ, ସାଲିଆସାହିର ଶ୍ରୀକାନ୍ତ କୁମାର ସେଠି, ଏୟାରପୋର୍ଟ ଥାନା ଅଧିନ ପଳାସପଲ୍ଲୀର ବିକାଶ ସାହାଣୀ ଓ ସନ୍ତୋଷ ବଳିଆରସିଂହ । ଆଜି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱରରେ ସର୍ବ ଭାରତୀୟ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୬ ଶହରୁ ଊଦ୍ଧ୍ୱର୍ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଏହି ସମ୍ମିଳନୀରେ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଅର୍ବାନ ପୁଲିସ ପକ୍ଷରୁ ସହରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଏଥିପାଇଁ ପୁଲିସ କମିଶନର, ଅତିରିକ୍ତ ପୁଲିସ କମିଶନର ଓ ଡ଼ିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଭୁବନେଶ୍ୱର ଅର୍ବାନ ପୁଲିସ ଆକ୍ସନ ମୋଡରେ । ଦିନ ରାତି ଏକ କରି ବିଭିନ୍ନ ଥାନାର ଅଧିକାରୀ, ଅଫିସର, ଏସିପି ମାନେ ପାଟ୍ରୋଲିଂ, ଚେକିଂ, ବ୍ଲକିଂ ଓ ଥାନା ମାନଙ୍କରେ ଗଚ୍ଛିତ ହୋଇ ରହିଥିବା ମାଳମାଳ ପୁରୁଣା ଫାଇଲର ଅପରାଧୀଙ୍କୁ ଧରିବା ନେଇ ଆରମ୍ଭ ହୋଇଛି ଧରପଗଡ଼ ଅଭିଯାନ । ଡ଼ିଜି ମ୍ମିଳନୀ ପୂର୍ବରୁ ରାଜଧାନୀରୁ କେମିତି ଅପରାଧୀ ଓ ନିଶା ବେପାରୀଙ୍କୁ ନିପାତ କରାଯାିପାରିବ ସେ ନେଇ ବିଭିନ୍ନ ଥାନାର ପୁଲିସ ନିଜ ନିଜ ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ପ୍ରତେକ ଦିନ ବିଭିନ୍ନ ମାମଲାର ଅପରାଧୀଙ୍କୁ ପାତାଳରୁ ଖୋଜି ବାହାର କଲା ଭଳି ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରକୁ ମଧ୍ୟ ପୁଲିସ ଟିମ ଯାଇ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀକୁ ଜବତ କରୁଛି । ସେହିଭଳି ଗତକାଲି ରାତିରେ ଅବା ଗୋଟିଏ ଦିନରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା, ଏୟାରପୋର୍ଟ ଥାନା ଓ ବାଲିଅନ୍ତା ଥାନା ପୁଲିସ ବିଭିନ୍ନ ଅପରାଧୀକ ମାମଲାରେ ଜଡ଼ିତଥିବା ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ଟି ଚୋରା ମୋବାଇଲ ଫୋନ୍, ୨ଟି ବାଇକ, ଷ୍ଟୋଭ ଆଦି ଜବତ କରାଯାଇଛି । ଆଗକୁ ମଧ୍ୟ ଏଭଳି ଅପରାଧୀ, ନିଶା ବେପାରୀ, ଅସମାଜିକ ଖଟି ଆଦିରେ ଚଢ଼ଉ ଜାରି ରହିବ ବୋଲି ଡ଼ିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।