ଜମିପଟ୍ଟା ବଣ୍ଟନ କଲେ ସାଂସଦ

ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: ଗୁରୁବାର ପୂର୍ବାହ୍ନରେ ଧୋବଶିଳା ଗ୍ରାମପଞ୍ଚାୟତ  କାର୍ଯ୍ୟାଳୟ ପରିସରରେ ଭୂମିହୀନମାନଙ୍କୁ ବାଲେଶ୍ୱର ସାଂସଦ ମାନ୍ୟବର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଜମିପଟ୍ଟା ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରି ସହକାରୀ ଜିଲ୍ଲାପାଳ ତଥା ଅତିରିକ୍ତ ତହସିଲଦାର ଦାୟୀତ୍ୱରେ ଥିବା ଇଶ୍ୱରଚନ୍ଦ୍ର ରଣା ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମରେ ୧୯ଜଣ ଭୂମୀହୀନମାନଙ୍କୁ ୪ ଡିସିମିଲ ଲେଖାଏଁ ଘରବାଡ଼ି ପଟ୍ଟା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଧୋବଶିଳା ସରପଞ୍ଚ ଦିଲ୍ଲୀପ ସିଂ, ପଞ୍ଚାୟତ ବିଜେପି ସଭାପତି ପ୍ରଦୀପ ସ , ନାଏବ ସରପଞ୍ଚ ଜୟନ୍ତୀ ମଲ୍ଲିକ, ଗୌତମ ବାରିକ, ଅଜିତ କୁମାର ବାରିକ, ମନୀନ୍ଦ୍ର ରାଉତ, ଗଜେନ୍ଦ୍ର ଗିରି, ପଙ୍କଜ କୁମାର ପଣ୍ଡା ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ ।