ଅଟୋ ବାଇକ ମୁହାଁ ମୁହିଁ ଧକ୍କା, ୨ ଗୁରୁତର 

 ନୀଳଗିରି : ରବିବାର ରାତି ପ୍ରାୟ ୮ ଘଟିକା ସମୟରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଔପଦା ବ୍ଳକ ବାଉଁଶବଣିଆ ଗ୍ରାମର ଶଙ୍କର୍ଷଣ ଦାସଙ୍କ ପୁଅ, ବୀରେନ୍ଦ୍ର ଦାସ (୨୮)ଏବଂ ପ୍ରଭାକର ସାହୁଙ୍କ ପୁଅ, ବିଶ୍ୱଜିତ ସାହୁ(୩୩) ଶେରଗଡ଼ ଛକରୁ ମାଛ ନେଇ ନୀଳଗିରି ଅଭିମୁଖେ ଆସୁଥିବା ବେଳେ ସିମୁଳିଆ ଛକ ନିକଟରେ ବିପରୀତ ଦିଗରୁ ଶେରଗଡ଼ ଅଭିମୁଖେ ଯାଉଥିବା ଏକ ଅଟୋଟି ବାଇକକୁ   ଧକ୍କା ଦେଇ ଫେରାର ହୋଇଯାଇଥିଲା  । ବାଇକରେ ଥିବା ଆରୋହୀ ଓ ସହଯୋଗୀ ରାସ୍ତାରେ ପଡି ଜୀବନ ସହ ସଂଗ୍ରାମ କରୁଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳଗିରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ  । ଏଥିରେ ଉଭୟଙ୍କ ଗୋଡ ଭାଙ୍ଗିଯିବା ସହିତ ମୁହା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି  । ଅବସ୍ଥା ଉଦବେଗଜନକ ଥିବାରୁ ବାଲେଶ୍ୱର ବଡ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି  । ଅପରପକ୍ଷରେ ଦୁର୍ଘଟଣା ଘଟାଇ ଥିବା ଅଜଣା ଅଟୋକୁ ପୁଲିସ ଧରିବା ସହିତ ଡ୍ରାଏଇଭରକୁ ଅଟକ ରଖିଛି  ।