କବି ବିଦୁ୍ୟତପ୍ରଭାଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡା: ଜିଲ୍ଲା ସାହିତ୍ୟ ପରିଷଦ ଓ ଓଡିଆ ସାହିତ୍ୟ ସମାଜ, କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜର ମିଳିତ ଆନୁକୂଲ୍ୟରେ ପ୍ରକୃତି ପ୍ରାଣ, ମାନବିକତା ଓ ସୌନ୍ଦର୍ଯ୍ୟବୋଧର କବି ବିଦୁ୍ୟତପ୍ରଭା ଦାସଙ୍କ ୯୯ତମ ଜୟନ୍ତୀ ସମାରୋହ ସ୍ଥାନୀୟ କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜରେ ଅନୁଷ୍ଠିତ ହୋଇଯାଇଛି । କବି ଅପର୍ଣ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ସାହିତ୍ୟ ସମାଲୋଚକ ଶତ୍ରୁଘ୍ନ ପାଣ୍ଡବ, ମୁଖ୍ୟବକ୍ତା ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ଡ. ବାସୁଦେବ ଦାସ, ସମ୍ମାନିତଅତିଥି ସାହିତ୍ୟ ସମାଲୋଚକ ରବିନ୍ଦ୍ର ସାମଲ, ସମ୍ମାନିତବକ୍ତା ଗାଳ୍ପିକ ପ୍ରଦୀପ ନାୟକ କବି ବିଦୁ୍ୟତ୍ପ୍ରଭା ଦାସଙ୍କ ଜୀବନୀ, ଦର୍ଶନ, ସାରସ୍ୱତ କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆସନ୍ତା ବର୍ଷ କେନ୍ଦ୍ରାପଡା ଜିଲ୍ଲା ତାର ଏହି ଭୂମିକନ୍ୟା କବି ବିଦୁ୍ୟତପ୍ରଭା ଦାସଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣୀୟ ଭାବେ ପାଳନ କରିବାକୁ ବକ୍ତାମାନେ ଆହ୍ୱାନ କରିଥିଲେ । ପରିଷଦର ସମ୍ପାଦକ ସରୋଜ ମହାନ୍ତିଙ୍କ ସଂଯୋଜନାରେ ସଭାରେ ଅଧ୍ୟାପକ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅଜୟ ସାମଲ, ଭାଗୀରଥି ଜେନା, ପ୍ରାଧ୍ୟାପକ ଶ୍ରୀଧର ସାମଲ, ପ୍ରେମାନନ୍ଦ ଖଣ୍ଡୁଆଳ, ପ୍ରାଧ୍ୟାପକ ବଳରାମ ଲେଙ୍କା, ଶ୍ରୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।