ବିଜେଡ଼ି ଟିକେଟ ପାଇବାରେ ପ୍ରଥମ ତାରକା ବର୍ଷା

Naveen Pattanaik Biju Janata Dal VK Pandian

ବିଜେଡ଼ି ଟିକେଟ ପାଇବାରେ ପ୍ରଥମ ତାରକା ବର୍ଷା

ବର୍ଷା ମାରିନେଲେ ବାଜି
ବିଜେଡ଼ି ଟିକେଟ ପାଇବାରେ ପ୍ରଥମ ତାରକା
ଭୁବନେଶ୍ୱର : ଦୁଇଦିନ ତଳେ ବିଜେଡ଼ିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ  । ଆଜି ସମସ୍ତଙ୍କୁ ଚକିତ କରି ନବୀନ ତାଙ୍କୁ ବଡ଼ଚଣା ଟିକେଟ ଧରାଇଦେଲେ  । ବିଜେପି ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକଙ୍କ ଭଳି ଷ୍ଟାରଙ୍କୁ ଟିକେଟ ଦେଇଥିବାବେଳେ ପ୍ରଥମ ତାରକା ଭାବେ ବିଜେଡ଼ି ଟିକେଟ ହାତେଇ ନେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ  ।
ବଡ଼ଚଣାରେ ଅମର ପ୍ରସାଦ ଶତପଥି ଓ ରାଜନାରାୟଣ ମହାପାତ୍ରଙ୍କ ଭଳି ଟାଣୁଆ ନେତା ଥିଲେ ମଧ୍ୟ ବର୍ଷାଙ୍କ ଉପରେ ଆସ୍ଥା ପ୍ରକଟ କରିଛି  । ବିଜୁ ଜନତା ଦଳରେ ସାମିଲ ହେବା ପରେ ବର୍ଷାଙ୍କୁ ଦଳ ଟିକେଟ ଦେବବୋଲି ଚର୍ଚ୍ଚା ଜୋରଦାର ହୋଇଥିଲା  । ତାଙ୍କ ମାମୁଁଘର ବେଗୁନିଆ ହୋଇଥିବାରୁ ସେଠାରୁ ଟିକେଟ ପାଇପାରନ୍ତି ବୋଲି ମଧ୍ୟ କୁହାଯାଉଥିଲା  । ବଡ଼ଚଣାରେ ବିଜେପି ଓ କଂଗ୍ରେସର ଭଲ ସଂଗଠନ ରହିଛି  । ଏଭଳି ସ୍ଥିତିରେ ବର୍ଷା କିପରି ଲଢ଼ିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ବିଜେଡ଼ି ଯଦି ଅମର ଓ ରାଜନାରାୟଣଙ୍କୁ ମନାଇ ପାରିବ ତେବେ ଯାଇ ବର୍ଷାଙ୍କ ପଲା ଭାରିରହିବ  । ଅପରପକ୍ଷରେ ତାରକା ଭାବେ ସେ କିଛି ଭୋଟ ଟାଣିପାରିବେ ବୋଲି ଦଳ ଆଶା ରଖିଛି  ।