ସମସ୍ୟାରେ ଉବୁଟୁବୁ ବିଞ୍ଝାରପୁର 

ବିଞ୍ଝାରପୁର : ସମଗ୍ର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବହୁବିଧ ସମସ୍ୟାର ସ୍ଥାୟୀ ସମାଧାନ ୫୦ବର୍ଷ ମଧ୍ୟରେ ହୋଇ ପାରି ନଥିବାରୁ ବୁଦ୍ଧିଜୀବୀ ମହଲକୁ ଚିନ୍ତାରେ ପକାଇ ଦେଇଛି । ଏହି ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରତିନିଧି ବହୁବାର ନେତୃତ୍ୱ ନେଇ ଆସିଥିବା ବେଳେ କୃଷି, ଜଳସଚନ, ମସô୍ୟ, ପଶୁସମ୍ପଦ, କୁଟୀରଶିଳ୍ପ, ବେକାରୀ ଦୂରୀକରଣ କ୍ଷେତ୍ରରେ କୌଣସି ଉନ୍ନତି ଘଟିଲା ନାହିଁ ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ପରିବର୍ତ୍ତିତ ନିର୍ବାଚନ ମଣ୍ଡଳୀଟି ବିଞ୍ଝାରପୁର ବ୍ଲକର ୨୯ଟି ପଞ୍ଚାୟତ ଦଶରଥପୁର ବ୍ଲକର ୧୨ଟି ପଞ୍ଚାୟତକୁ ନେଇ ଗଠିତ । 
ଲୋକସଂଖ୍ୟା ୩ ଲକ୍ଷ ପାଖାପାଖି ଥିବା ବେଳେ ୨ଲକ୍ଷ ୧୨ହଜାର ଭୋଟର ରହିଛନ୍ତି । ସମୁଦାୟ ଚାଷ ଜମି ୨୧ହଜାର ହେକ୍ଟର ମଧ୍ୟରୁ ଅଣଚାଷ ଜମି ୭ହଜାର ହେକ୍ଟର ଅଛି । ଏଥିରୁ ଜଳସେଚିତ ଜମି ବାସ୍ତବରେ ୨ରୁ୩ ହଜାର ହେକ୍ଟର ରହିଛି । ଦୀର୍ଘ ୫୦ବର୍ଷ ଧରି ଜଳସେଚନ ଓ କେନାଲ ସିଷ୍ଟମ ଏଅଞ୍ଚଳର ଚାଷୀଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଏହି୫୦ବର୍ଷ ମଧ୍ୟରେ କେନାଲ ୧.୫ କିମି ଅବଲୁପ୍ତ ହୋଇ ହ୍ରାସପାଇଛି । ସେହିଭଳି ଅନେକ ସମସ୍ୟା ମଧ୍ୟରେ ବିଞ୍ଝାରପୁରବାସୀ କବଳିତ ହୋଇ ପଡିରହିଛନ୍ତି । ଚିରସୋ୍ରତା ଖରସୋ୍ରତା ନଦୀର ଶେଷ ମୁଣ୍ଡରେ ତିନୋଟି ବ୍ୟାରେଜ ନିର୍ମାଣ ପାଇଁ ୫ ବର୍ଷ ହେବ ଦାବି ହୋଇ ଆସୁଥିଲେ ହେଁ ରାଜନୈ÷ତିକ ସଦ୍ଧିଚ୍ଛା ଅଭାବରୁ ତାହା ସମ୍ଭବ ହୋଇ ପାରୁନାହିଁ । ବିଂଝାରପୁର ବରୀ ନିର୍ବାଚନ ମଣ୍ଡଳୀ ସୀମାରେ ଅବସ୍ଥିତ ଢିହବାରିଙ୍ଗୀ ସେତୁଟିର ପୁର୍ଣ୍ଣାଙ୍ଗତା ପାଇଁ ଦାବି ଆନେ୍ଦାଳନ ପରେ ବି ରାଜନୈତିକ ସହଯୋଗ ମିଳିଲା ନାହିଁ । ନଦୀ ସଂଯୋଗୀ କରଣ ଯୋଜନା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବେଳେ ସରକାର ନୀରବ ରହିଛନ୍ତି । ବିଞ୍ଝାରପୁର, ନିର୍ବାଚନ ମଣ୍ଡଳୀରେ ତୈ÷ଳବୀଜ ଫସଲ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଥିବା ବେଳେ ୫୦ ବର୍ଷ ଭିତରେ ସେଥିପାଇଁ ଜିଲ୍ଲା  ପରିଷଦ କିମ୍ବା ପଞ୍ଚାୟତ ସମିତିରେ ତାହା ଆଲୋଚନା ପ୍ରସଙ୍ଗକୁ ଆସିଲା ନାହିଁ । ମେଗା ପ୍ରକଳ୍ପ ଏଯାବତ କାର୍ଯ୍ୟକାରୀ  ହୋଇ ପାରି ନଥିଲେ ବି ଏଥିପାଇଁ ସରକାରୀ ପ୍ରଚେଷ୍ଟା ନଥିବାରୁ ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଲୁଣି ଜମିର ପୁନରୁଦ୍ଧାର ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ୫୦ ବର୍ଷ ଭିତରେ କୌଣସି ରାଜନୈ÷ତିକ ଉଦ୍ୟମ ପ୍ରକାଶ ପାଇଲା ନାହିଁ । ଅନ୍ୟ ନିର୍ବାଚନ ମଣ୍ଡଳୀରେ ସାକ୍ଷରତା ହାର ୮୩.୦୩ ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ୭୮.୭୧ରହିଥିବା ବେସରକାରୀ ସୂତ୍ରରୁ ଜଣାପଡେ । ଘରୋଇ ଉଦ୍ୟମରେ ଏଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରା ସମୃଦ୍ଧିଶାଳୀ ହୋଇ ପାରିଥିବା ବେଳେ ଏଥିପାଇଁ ସରକାରଙ୍କ ପ୍ରୋସôାହନ ନାହିଁ କହିଲେ ଚଳେ । ସମଗ୍ର ନିର୍ବାଚନ ମଣ୍ଡଳୀରେ ଥିବା ସାହିତ୍ୟ ସଂସ୍କୃତି ଅନୁଷ୍ଠାନକୁ ୩୦ବର୍ଷ ମଧ୍ୟରେ କାଣିଚାଏ ସାଂସ୍କୃତିକ ଅନୁଦାନ ଆସି ନଥିବା ଦୁଃଖର ବିଷୟ । ଏହି ନିର୍ବାଚନ ମଣ୍ଡଳୀରେ ଗଢା ଯାଇଥିବା ମଠ ମନ୍ଦିର, ବଡବଡ ଧାର୍ମିକ ପୀଠ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ଥାପିତ ହୋଇଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସବୁ ଘରୋଇ ଉଦ୍ୟମରେ ହିଁ କରାଯାଇଛି । ଏହି ଅଞ୍ଚଳରେ ଉନ୍ନତ ମାନର ରାସ୍ତା ସହ ଗମନାଗମନ ସୁବିଧା ରହିଛି । କିନ୍ତୁ ବିଶେଷ ରୋଜଗାର ପନ୍ଥା ନାହିଁ । ବେକାରୀ ବଢି ଚାଲିଛି । ରୋଜଗାର ପନ୍ଥା କମି କମି ଚାଲିଛି । ୧୯୬୪ ମସିହାର ସ୍ଥାପିତ କାଷ୍ଠ ଓ ଲୌହ ଦୁଇଟି ପଞ୍ଚାୟତ ଶିଳ୍ପ ଲୋପ ପାଇଯାଇଥିବା ବେଳେ ତାର ପୁନରୁଦ୍ଧାର କରାଯାଇ ପାରିଲାନାହିଁ । ନିର୍ବାଚନ ମଣ୍ଡଳୀରୁ ଅନେକ ଦାଦନ ମୁହାଁ ହୋଇଥିବା ବେଳେ ସେଥିପ୍ରତି କାହାରି ନିଘାନାହିଁ । ଏପରିକି ବ୍ଲକ ସ୍ତରରେ ତାର ତଥ୍ୟନାହିଁ । ଏହି ଅଞ୍ଚଳର ଅନେକ ଯୁବକଯୁବତୀ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଅନିଶ୍ଚିତତାରେ ଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି । ଶିକ୍ଷା କ୍ଷେତ୍ରରେ ସୁଦୃଢ କରିବାରେ ଏବେବି ପଛୁଆରହିଛି । ପର୍ଯ୍ୟଟନ ସ୍ଥଳୀ ଭାବେ ବରୁଣେଶ୍ୱର କ୍ଷେତ୍ରଟିକୁ ମାନ୍ୟତା ଦିଆ ଯାଇଥିଲେ ହେଁ ଆନୁରୂପ ଶାମେଶ୍ୱର ପିଠଟିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇନାହିଁ । କିମ୍ବା ଏହି କ୍ଷେତ୍ର ଗୁଡିକର ଉନ୍ନତି ଆଉ ସମ୍ଭବ ହୋଇ ପାରୁନାହିଁ । ଏହି ବହୁବିଧ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଘୋର ରାଜନୈ÷ତିକ ସଦ୍ଧିଚ୍ଛାର ଅଭାବ ଥିବା ଅଞ୍ଚଳର ବୁଦ୍ଧିଜୀବୀ ମତପୋଷଣ କରନ୍ତି ।