ଜଳିଗଲା ସ୍ୱିସ୍‌ ବାର୍‌ : ୪୦ ଜୀବନ୍ତ ଦଗ୍ଧ

ଜଳିଗଲା ସ୍ୱିସ୍‌ ବାର୍‌ : ୪୦ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ନୂଆବର୍ଷର ଖୁସିରେ କିଏ ନାଚୁଥିଲେ ତ କିଏ ଝୁମୁଥିଲେ । ହେଲେ କିଏ ଜାଣିଥିଲା ବାର ହିଁ ଶ୍ମଶାନ ପାଲଟିଯିବ । ସ୍ୱିଜରଲାଣ୍ଡର ଏକ ଲକ୍ସରୀ ବାରରେ ନିଅାଁ ଲାଗିଯିବାରୁ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସ୍କି ରିସୋର୍ଟ ସହରର ଲି କନଷ୍ଟେଲସନ୍‌ ବାର ଓ ଲାଉଞ୍ଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ସେହି ସମୟରେ ବାରରେ ୧୫୦ ଲୋକ ଥିଲେ । ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲେବି ତାହା ଆତଙ୍କୀ ଆକ୍ରମଣ ନଥିବା ସ୍ପଷ୍ଟ ହୋଇଛି । ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ବାରଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ବାରରେ ଥିବା ଆଲକହଲ ପାଇଁ ନିଅାଁକୁ ଆୟତ୍ତ କରିବା ସମ୍ଭବପର ହୋଇନଥିଲା । ତେବେ କ’ଣ ପାଇଁ ନିଅାଁ ଲାଗିଥିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ବାଣ ଫୁଟିବାରୁ ନିଅାଁ ଲାଗିବା ସହ ବିସ୍ଫୋରଣ ସ୍ଥିତି ସୃଷ୍ଟି ହୋଇଥିଲା । ସେଇ ବାରରେ ହିଁ ନିଅାଁରେ ଜଳିଯାଇ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଶତାଧିକ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।