ଜାତୀୟ ଭଲିବଲ କପ ଉଦ୍ୟାପିତ  : କୋଲକାତା ପୋଲିସ ଚାମ୍ପିଅନ୍  

ଅନୁଗୁଳ : ଅନୁଗୁଳ ଜିଲ୍ଲା ପବିତ୍ର ନଗର ମିନି ଷ୍ଟାଡିୟମ ଠାରେ ଅନୁଗୋଳ ସିଟିଜେନ ପକ୍ଷରୁ ଜାତୀୟ ଭଲିବଲ କପ୍ ୨୦୨୫ ଉଦ୍ୟାପିତ ହୋଇଯାଇଛି । ଦୁଇଦିନିଆ ଜାତୀୟ ଭଲିବଲ କପରେ ଅନୁଗୋଳ ଜିଲ୍ଲାର ୫ଟି ଟିମ୍ ଯଥା କସିଡିହ, ଟାକୁଆ, ଗୋବରା, ସନ୍ତରାବନ୍ଧ ଓ କଲିକତା ପୋଲିସ ଟିମ୍ ସାମିଲ ହୋଇଥିଲେ । ଭଲିବଲ କପର ଉଦ୍ଘାଟନୀ ଦିବସରେ ଆଦର୍ଶ ଗ୍ରୁପର ଅଧ୍ୟକ୍ଷ ଶିକ୍ଷାବିତ ଡଃ ମହେଶ ଧଳ, ସମାଜସେବୀ ସୁନୀଲ ପ୍ରଧାନ ଉପସ୍ଥିତ ରହିଥିବାବେଳେ ଉଦ୍ୟାପନୀ ଦିବସରେ ମୁଖ୍ୟଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଅନୁଗୋଳ ସିଟିଜେନର ସଭାପତି ସମାଜସେବୀ ପ୍ରଫୁଲ୍ଲ କୁମାର ମିଶ୍ର, ସଦସ୍ୟ ଶ୍ୟମାନ ସାହୁ, ଉପଦେଷ୍ଟା ମାନସ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଫାଇନାଲ ମ୍ୟାଚ୍ କୋଲକାତା ପୋଲିସ ଓ ଟାକୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୋଲକତା ପୋଲିସ ଟାକୁଆ ଟିମକୁ ୨-୦ ସେଟ୍ରେ ଜିତି ଚାମ୍ପିଅନ୍ ଟ୍ରଫି ହାତେଇ ନେଇଥିଲା କୋଲକାତା ପୋଲିସ । ଉଦ୍ୟାପନୀ ଦିବସରେ ମୁଖ୍ୟଅତିଥିଙ୍କ ଦ୍ୱାରା ଚାମ୍ପିଅନ୍ ଟିମ୍କୁ ଚମ୍ପିୟାନ ଟ୍ରଫି ସହ ବିଜେତା ଟିମ କଲିକତା ପୋଲିସକୁ୨୦,୦୦୦ ଟଙ୍କା ରାଶି ଓ ରନର୍ସ ଅଫ ଭାବେ ଟାକୁଆକୁ ଟ୍ରଫି ସହ୧୫,୦୦୦ ଟଙ୍କା ରାଶି ପ୍ରଦାନ କରାଯାଇଥିଲା । ରେଫରୀ ଭାବେ ଅଶୋକ ପ୍ରଧାନ, ରଜନୀ ମିଶ୍ର, ଯତିନ ସାହୁ, ଉଦିତ ଗଡ଼ନାୟକ, ତୁଷାର ପ୍ରଧାନ ପ୍ରମୁଖ ଖେଳର ପରିଚାଳନା କରିଥିଲେ । ଅନୁଗୋଳ ସିଟିଜେନ ଭଲିବଲ କପ ସଂଘର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭଲିବଲ କପ ଆୟୋଜନ କରାଯିବ ବୋଲି ମତପ୍ରକାଶ କରିଥିଲେ ।