ମହଙ୍ଗା ମାଡରେ ବାଦ୍ ପଡୁନି ଔଷଧ, ଖାଉଟିି ଅସନ୍ତୋଷ

 ତାଳଚେର:  କଳାହୀରା ସହର ତାଳଚେରରେ ଏବେ ଚାଲିଛି ମହଙ୍ଗାମାଡ । ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଖାଉଟି ସାମଗ୍ରୀର ଆହେତୁକ ଦର ସମେତ ଏବେ ପଦାକୁ ଆସିଛି ଔଷଧ । ସାଧାରଣତଃ ମଣିଷ ବଂଚିବାକୁ ହେଲେ ଖାଦ୍ୟ ଓ ଔଷଧର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଲୋକେ ଏପଟେ ପନିପରିବା ଜ୍ୱାଳାରେ ଛଟପଟ ହେଉଥିବା ବେଳେ ଏବେ ଘାରିଛି ଔଷଧ ଚିନ୍ତା  । ସାଧାରଣତଃ କହିବାକୁ ଗଲେ କଳହୀରା ସହର ତାଳଚେରରେ ବର୍ଷ ତମାମ୍ କୋଇଲା ଗୁଣ୍ଡ, ଧୂଳିଧୂଆଁ ଖାଇ ଅଂଚଳବାସୀଙ୍କୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ  । କିଛି ଲୋକ ସରକାରୀ ମେଡିକାଲରେ ଚିକିସôିତ ହେଉଥିବା ବେଳେ ଆଉ କିଛି ଘରୋଇ ଚିକିସôାଳୟରେ ଚିକିସôିତ ହେଉଛନ୍ତି  । ସୂଚନା ମୂତାବକ ସାମାନ୍ୟ ଜ୍ୱର କିମ୍ବା ଥଣ୍ଡାକାଶ ହେଲେ ଯଦି କୌଣସି ଔଷଧ ଦୋକାନରୁ  ଟାବଲେଟ୍ କିଣିଲେ ଅଧିକ ଦାମ୍ ଦେବାକୁ ପଡୁଛି । ତେଣୁ ଗାଁ କିମ୍ବା ସହରାଚଂଳରେ ଖାଉଟି ସାମଗ୍ରୀ ଓ ଲୋକଙ୍କ ନିତ୍ୟାନ୍ତ ଜରୁରୀ ଔଷଧପତ୍ର ଦରଦାମ ପ୍ରତି ସରକାର ଧ୍ୟାନ ଦେଇ ବୃଦ୍ଧି ପାଉଥିବା ଖାଉଟି ସାମଗ୍ରୀ ଉପରେ ନିୟନ୍ତ୍ରଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।