ଜାତୀୟ ଶିକ୍ଷାନବିସ ପ୍ରଶିକ୍ଷଣ ଯୋଜନା
ବ୍ୟାସନଗର : ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷାନବିସ ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ ହୋଇଛି । ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦୀ ଦ୍ୱୀପ ପ୍ରଜ୍ୱଳନ କରି ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚ ତର ଶିକ୍ଷା ବିଭାଗର ବ୍ୟବହାରିକ ପ୍ରଶିକ୍ଷଣ ବୋର୍ଡÿର ପୂର୍ବାଞ୍ଚଳ କ୍ଷେତ୍ରର ବିଶେଷ କାର୍ଯ୍ୟାଧିକାରିଣୀ ଶୁଶ୍ରୀ ଖୁଶବ ଜୟସ୍ୱାଲ ଯୋଗ ଦେଇ ପ୍ରାୟ ୪୦୦ +୩ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦାୟିତ୍ୱରେ ଥିବା ଅଧ୍ୟାପକ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାର ଉଦେ୍ଦଶ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିଲା । ୧୮୯ ଜଣ ଛାତ୍ରଛାତ୍ରୀ ଜାତୀୟ ଶିକ୍ଷାନବିସ ପ୍ରଶିକ୍ଷଣ ଯୋଜନାରେ ନିଜର ନାମ ପଞ୍ଜିକରଣ କରିଥିଲେ । ପଞ୍ଜୀକୃତ ହୋଇଥିବା ଛାତ୍ରଛାତ୍ରୀ ଭବିଷ୍ୟତରେ ନାଟ୍ସ ଅଧୀନରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ୩୦ଗୋଟି ନାମୀଦାମୀ କମ୍ପାନୀରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଆଗାମୀ ଦିନରେ ମହାବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ ନାମ ପଞ୍ଜିକୃତ କରି ଏହାର ସୁଯୋଗ ନେବାକୁ ଶୁଶ୍ରୀ ଜୟସ୍ୱାଲ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପକ ସନାତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡଃ ଚିରସ୍ମିତା ମିଶ୍ର, ପ୍ରମୋଦିନୀ ତରାଇ, ଅଧ୍ୟାପକ ବିଷ୍ଣୁଚରଣ ବିରୁଡି, ଦୁଷ୍ମନ୍ତ ବେହେରା, ଗୋଲକ ବିହାରୀ ମହାକୁଡ଼ ଓ ଅଜୟ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।