ତେଣ୍ଡାନାଳ ସେତୁ କାମ ନ କରି ଠିକାଦାର ଛୁ’

 ବିଞ୍ଝାରପୁର : ସାଧାରଣ ଜନତାଙ୍କ ସ୍ୱାର୍ଥ ସାଧନ ପାଇଁ ସରକାର ପ୍ରତିବଦ୍ଧ ଥିବା ବେଳେ, ଅଧିକାଂଶ ସ୍ଥାନରେ ବହୁ ଦିନର କାମ ଅଧପନ୍ତରିଆ ଅବସ୍ଥାରେ ପଡି ରହିଥିବା ଏବଂ ଯନ୍ତ୍ରୀ ଓ ଠିକାଦାର ଏହାର ପ୍ରତିବନ୍ଧକ ସାଜୁଥିବା ଦେଖାଯାଉଛି । ବିରଜା କ୍ଷେତ୍ରରୁ ତୁଳସୀକ୍ଷେତ୍ର ସଂଯୋଗୀ କରଣ ମୁଖ୍ୟ ସଡ଼କ ପଥଟିର ବାଧାସୃଷ୍ଟି କରୁଥିବା ଢିହବାରିଙ୍ଗି ସ୍ଥ ତେଣ୍ଡାନାଳ ସେତୁଟି୧୯୧୭ମସିହାରୁ ଅଦ୍ୟାବଧି ପୁର୍ଣ୍ଣାଙ୍ଗ ହୋଇ ପାରୁନାହିଁ । ବିଞ୍ଝାରପୁର, ବରୀ, ଯାଜପୁର ଏବଂ ଇନ୍ଦୁପୁର, ଆଳି, କେନ୍ଦ୍ରପଡାର୧୨ଲକ୍ଷର ସାଧାରଣ ଜନତା ନଦୀଟି ପାରହେବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଞ୍ଝାରପୁର ପରେ ଜଗନ୍ନାଥପୁର ଠାରୁ କାଇପଡା ପର୍ଯ୍ୟନ୍ତ ସଡକ ପଥଟି ନିର୍ମାଣ ସରିଥିଲେ ହେଁ ମଝିରେ ଥିବା ନଦୀର ସେତୁଟି ଯାତ୍ରୀମାନଙ୍କର ସମସ୍ୟାର ବୋଝ ହୋଇ ରହିଯାଇଛି । ଏଥିପାଇଁ ସ୍ଥାନୀୟ ଅଧିବାସୀଙ୍କ ବାରମ୍ବାର ଆନେ୍ଦାଳନ ହେବା ପରେ ମାର୍ଚ୍ଚ ମାସର ଆରମ୍ଭରେ ସେତୁଟିର ପୁନଃନିର୍ମାଣ ଆରମ୍ଭ କରଯାଇଥିଲା । ସାଧାରଣ ଜନତା ଭାବିଥିଲେ ଏଥର ଯାତାୟତରେ ସୁବିଧା ହୋଇଯିବ । କିନ୍ତୁ ସେଠାରେ ଆପ୍ରୋଚ ରାସ୍ତା ନିର୍ମାଣ ନକରି ଠିକାଦାର ଛୁ ମାରିବାକୁ ବସିଥିବା ବେଳେ କଂଟିପୁର, ମଧୁଦୂଦନପୁର, ଅଙ୍ଗାଳୋ ପ୍ରଭୃତି ବିଭିନ୍ନ ଗ୍ରାମର ମୁରବୀ ପୂର୍ବତନ ସରପଂଚ ଅଟଳବିହାରୀ ନାୟକଙ୍କ ନେତୃତ୍ୱରେ ସେଠାରେ ସେତୁର ପୁର୍ଣ୍ଣାଙ୍ଗତା ପାଇଁ ଅଡି ବସିଥିଲେ । ଦିନତମାମ ନାଗରୀକ ଆନେ୍ଦାଳନ କରିଥିଲେ । ଠିକାଦାର କିଛି ଉପାୟ ନପାଇ ସେଠାରେ ରହିବାକୁ ବାଧ୍ୟ ହୋଇଥିଲେ । ସେତୁର ଆପ୍ରୋଚରୋଡ଼ ନିର୍ମାଣ ପାଇଁ ସେପରି କୈ÷ାଣସି ବାଧା ନଥିବା ବେଳେ ଏବଂ ଗ୍ରାମବାସୀ ଠିକାଦାରଙ୍କୁ ସହ ଯୋଗର ନିର୍ଭର ପ୍ରତିଶ୍ରୂତି ଦେଉଥିବା ବେଳେ ସେ ନିର୍ବାହୀଯନ୍ତ୍ରୀଙ୍କ ନିଦେ୍ର୍ଦଶକୁ ଅନାଇ ବସିଛନ୍ତି । ପ୍ରକୃତ ସ୍ଥଳକୁ ନିର୍ବାହୀଯନ୍ତ୍ରୀ ନଆସି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପ୍ରଥମେ ଏହାର ନିର୍ମାଣ ପାଇଁ ୧୯୧୭ମସିହାରେ ୧୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏବେ ତାହା ୫୪କୋଟିକୁ ପହଁଚିଲାଣି । ତଥାପି ଠିକାଦାର ଓ ନିର୍ବାହୀଯନ୍ତ୍ରୀ ମିଳିତ ଭାବେ ଆହୁରୀ ଅଟକଳ ବୃଦ୍ଧି ନିମନ୍ତେ ଜନସାଧରଣଙ୍କୁ ହଇରାଣରେ ପକାଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଆନେ୍ଦାଲନକାରୀ କହିଛନ୍ତି । ସେତୁ ନିର୍ମାଣ ଅବଧି ୫ବର୍ଷ ହେଲା ଶେଷ ହୋଇଯାଇଥିଲେ ହେଁ ତଥାପି ଠିକାଦାର କର୍ଣ୍ଣପାତ କରୁନଥିବା ବେଳେ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଆନେ୍ଦାଳନ ପ୍ରତି ସଚେତନ ହେଉନାହାନ୍ତି । ଏସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ହେଁ ସେ ମଧ୍ୟ ଅଦ୍ୟାବଧି ଦୃଷ୍ଟି ଦେଇନାହାନ୍ତି । ଏଥିପାଇଁ ବରିଷ୍ଠ ବୁଦ୍ଧିଜୀବୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ନେଇ ସାକ୍ଷାତ କରିବାକୁ ସ୍ଥିର କରିଛନ୍ତି । ଏହାପରେ ଖୁବ ଶୀଘ୍ର ସେତୁର ଆପ୍ରୋଚ ରାସ୍ତା ନିର୍ମାଣ ନହେଲେ ସେଠରେ ଗ୍ରାମବାସୀ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆନେ୍ଦାଳନରେ ପୂର୍ବତନ ସରପଞ୍ଚ ଅଟଳବିହାରୀ ନାୟକ, ପୂର୍ବତନ ସରପଞ୍ଚ ପ୍ରମୋଦ ସାମଲ, ଆଞ୍ଚଳିକ ଉନ୍ନୟନ କମିଟିର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ, ଆଡଭୋକେଟ ଅମ୍ବିକା ପ୍ରସାଦ ସାମଲ, ଭାସ୍କର ଚନ୍ଦ୍ର ସାମଲ, ସନ୍ତୋଷ କୁମାର ରାଉତ, ଯଯାତି ରାଉତ, କାହ୍ନୁ ମଲ୍ଲିକ, ଅକ୍ଷୟ ମଲ୍ଲିକ, କୈ÷ବଲ୍ୟ ସାମଲ, ବନ୍ଦନା ରାଉତ, ଗିରିଶ ଚନ୍ଦ୍ର ସାମଲ ଏବଂ ପ୍ରତି ପଞ୍ଚାୟତରୁ ଜଣେ ପ୍ରତିନିଧି ଯୋଗ ଦେଇ ଆଗକୁ ଏହି ଆନେ୍ଦାଲନ ଜାରି ରଖିବାକୁ କହିଛନ୍ତି ।