ବନ୍ଧୁକ ମୁନରେ ଲୁଟିଲେ ସୁନାଗହଣା 

  ଆନନ୍ଦପୁର : ଦିନଦ୍ୱିପ୍ରହରରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ସୁନା ଗହଣା । ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁରରେ ଘଟିଛି । ଏଠାରେ ଥିବା ସିଟି ସ୍କୁଲର କର୍ମଚାରୀ ପ୍ରଫୁଲ୍ଲ କୁମାର ନାଥ ଘରେ ନଥିବା ସମୟରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଘରେ ପଶି ତାଙ୍କ ଧର୍ମ ପନôୀ ପୁଷ୍ପାବତୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଆଲମିରାର ଚାବି ମାଗିଥିଲେ । ପୁଷ୍ପାବତୀ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ଚାବି ଦେଇ ଦେଇଥିଲେ । ଦୁର୍ବୃତ୍ତ ଆଲମିରା ଖୋଲି ୪ଭରିରୁ ଊର୍ଦ୍ଧ ସୁର୍ଣ୍ଣ ଅଳଙ୍କାର ଲୁଟି ନେଇଥିଲେ । ଏନେଇ ପୁଷ୍ପଲତାଙ୍କୁ ପଚାରିବାରୁ ପ୍ରଥମେ ଦୁର୍ବୃତ୍ତ ତାଙ୍କ ଘରକୁ ଆସି ତାଙ୍କ ସ୍ୱାମୀ ଅଛନ୍ତି କି ନାହାନ୍ତି ପଚାରିଥିଲେ । ସ୍ୱାମୀ ନାହାନ୍ତି ବୋଲି କହି ପୁଷ୍ପଲତା ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତ ହଠାତ ଘର ଭିତରକୁ ପ୍ରବେଶ କରି ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଦିନ ଦ୍ୱିପ୍ରହରେ ଫକୀରପୁର ଭଳି ଜନ ବହୁଳ ସ୍ଥାନରେ ଏଭଳି ଲୁଟ ଆଇନ ଶୃଙ୍ଖଳା ପ୍ରତି ପ୍ରଶ୍ନସୃଷ୍ଟି କରିଛି । ତେବେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି । ଦେଖିବାର ଅଛି ପୁଲିସ କେବଳ ଘଟଣାସ୍ଥଳରେ ପହଁଚି ତନାଘନା ଆଳରେ ନିଜ କର୍ତ୍ତବ୍ୟ ସାରିଦେଉଛି ନା ପ୍ରକୃତ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହେଉଛି । କିନ୍ତୁ ଗୋଟିଏ କଥା କୁହାଯାଉଛି କି ପୁଲିସକୁ ଅପରାଧି ଖୋଲା ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି ।