ଓୟୁଡବ୍ଲୁଜେ ଜିଲ୍ଲା ଶାଖା କର୍ମକର୍ତ୍ତା ନିର୍ବାଚନ

ଯାଜପୁର ଟାଉନ : ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ବା ଓୟୁଡବ୍ଲୁଜେ ଯାଜପୁର ଜିଲା ଶାଖା ଏକ ଆଲୋଚନାଚକ୍ର ଏବଂ କର୍ମକର୍ତ୍ତା ନିର୍ବାଚନ ରାଜ୍ୟ ସାଧାରଣ ସମ୍ପାଦକ ତପନ ମହରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଅଛି । ସଂଗଠନର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଶ୍ୱବାଣିର ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ଶର୍ମା ତାଙ୍କ ବକ୍ତବ୍ୟରେ ସମାଜ ପ୍ରତି ଖବରଦାତାମାନଙ୍କର ଭୂମିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହାକୁ ପୁରଣ କରିବାରେ ଗଣମାଧ୍ୟମର ପ୍ରତିନିଧିମାନେ ସଦାସର୍ବଦା ଚେଷ୍ଟା କରିବେ ବୋଲି ଆଶାବକ୍ତ୍ୟ କରିଥିଲେ । ସଭାରେ ରାଜ୍ୟ ସହ ସମ୍ପାଦକ ଖବରଦାତାମାନଙ୍କର କର୍ତବ୍ୟ ସମ୍ପର୍କରେ ମତାମତ ଦେବା ପରେ ଜିଲ୍ଲା ଶାଖାର ବରିଷ୍ଠ ସଦସ୍ୟ ବିଜୟ ମହରଣା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମସ୍ତ ସଦସ୍ୟମାନେ ତାଙ୍କର ନିଜସ୍ୱ ମତବ୍ୟକ୍ତ କରିଥିଲେ ।  ପରେ ୩ବର୍ଷ ପାଇଁ ଜିଲା କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥିରେ ସଭାପତି ରୂପେ ଦିଲ୍ଲୀପ ଦାଶ, ଉପ-ସଭାପତି ପ୍ରମିଳା ଜେନା, ନିହାର ରଂଜନ ସାମଲ, ସମ୍ପାଦକ ଜ୍ୟୋତିଶଙ୍କର ରାୟ, ସହସମ୍ପାଦକ ଅଜିତ୍ କୁମାର ମିଶ୍ର, ସାଂସ୍କୃତିକ ସମ୍ପାଦକ ଚିନ୍ମୟ ପୃଷ୍ଟି, କୋଷାଧ୍ୟକ୍ଷ ସୁନିଲ୍ ସାଗାର ଦାସ, ସଂଗଠନ ସମ୍ପାଦକ ତପନ କୁମାର ମିଶ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ସରୋଜ କୁମାର ଧଳ, ଦୀପକ କୁମାର ମଲ୍ଲିକ, ରଂଜିତା ପରିଡ଼ା ନିର୍ବାଚିତ ହୋଇଥିଲେ । କୋରେଇ ବ୍ଲକ ସଂଯୋଜକ ଭାବେ ସଂଜୟ ନାୟକ ଓ ସେକ୍ ଜାହିର, ଧର୍ମଶାଳାର ସୁଶାନ୍ତ କୁମାର ସାହୁ, ଦଶରଥପୁର ସେକ୍ ଜମାଲୁଦ୍ଦିନ, ବିଞ୍ଝାରପୁର ବିଜୟ କୁମାର ବାରିକ, ଯାଜପୁର ରିନା ପଡ଼ିଆରି, ବରୀ ସୁନିଲ କୁମାର ରାଉତ ଦାୟିତ୍ୱ ଗ୍ରହଣ କରିଥିଲେ । ସ ଜ୍ୟୋତି ଶଙ୍କର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।