ଜାତୀୟ ସଫ୍ଟବଲ୍ ରେଫରି ସିପ୍ : ଭାଗନେବେ ପୁରୀର ୨ ପ୍ରତିଯୋଗୀ

 ପୁରୀ  : ଆସନ୍ତା ୨୯ରୁ ୩୧ ପର୍ଯ୍ୟନ୍ତ ୩ଦିନ ବ୍ୟାପି ଜାମ୍ମୁକାଶ୍ମୀରର ଶ୍ରୀନଗରଠାରେ ଆୟୋଜିତ ହେବ ଅଲ୍ ଇଣ୍ଡିଆ ସଫ୍ଟ ବଲ୍ ରେଫରି ସିପ କ୍ଲିନିକ୍ । ଏଥିରେ ପ୍ରତିଯୋଗିତା ପାଇଁ ପୁରୀରୁ ଅମୀୟ ପ୍ରସାଦ ନାଗ, ସୌରଭ ରଥ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି । ଝାଡ଼େଶ୍ୱରୀ କ୍ଲବ ପ୍ରାଙ୍ଗଣରେ ପୁରୀ ଜିଲ୍ଳା ସଫ୍ଟ ବଲ୍ ସଭାପତି ଅରବିନ୍ଦ ଦାଶ, ସମ୍ପାଦକ ରଞ୍ଜନ ରଥ, କୋଷାଧ୍ୟକ୍ଷ ବିରଞ୍ଚô ନାରାୟଣ ପଟ୍ଟନାୟକ, ଉପସଭାପତି ସତୀକାନ୍ତ ପଟ୍ଟନାୟକ, ଆର. ଲକ୍ଷ୍ମଣ ଆଚାରୀ, ଯୁଗ୍ମ ସମ୍ପାଦକ ଅଶୋକ ମହାନ୍ତି, ଝାଡ଼େଶ୍ୱରୀ କ୍ଲବ୍ ସଂପାଦକ ପାର୍ଥସାରଥୀ ମହାପାତ୍ର, କ୍ଲବ୍ର ସମସ୍ତ କର୍ମକର୍ତ୍ତା ଏବଂ ପୁରୀ ଜିଲ୍ଲାର ଅନ୍ୟାନ୍ୟ ଖେଳର ସଂପାଦକମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ । ଓଡ଼ିଶା ସଫ୍ଟ ବଲ୍ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଏହି ଦୁଇ ଅଫିସିଆଲଙ୍କୁ ମନୋନୀତ କରିଥିବାରୁ ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।