ମହିଳା ମହାସଂଘର ନୂତନ ଗୃହ ଉଦ୍ଘାଟିତ

 ପୁରୀ : ପୂର୍ବତନ ରାଜସ୍ୱମନ୍ତ୍ରୀ ତଥା ବାଚସ୍ପତି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପରିକଳ୍ପିତ ନୀଳମାଧବ ଆଞ୍ଚଳିକ ମହିଳା ମହାସଂଘର ନବନିର୍ମିତ ଗୃହ ଉଦ୍ଘାଟିତ ହୋଇଛି । ପୁରୀ ପୌରପାଳିକାର ୭ନଂ ୱାର୍ଡ଼ ଅନ୍ତର୍ଗତ ଗୌଡ଼ବାଡ଼ ସାହିରେ ନିର୍ମିତ ଏହି ମହାସଂଘର ସଭାଗୃହ ପାଇଁ ସ୍ୱର୍ଗତ ମହାନ୍ତି ପୂର୍ବରୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ନବନିର୍ମିତ ସଭାଗୃହରେ ଯଜ୍ଞାନୁଷ୍ଠାନ ପୂର୍ବକ ଉଦ୍ଘାଟନ କରାଯାଇଛି । ପୂର୍ବତନ ଉପନଗରପାଳ ତଥା ବିଜେଡ଼ି ନଗର ସଭାପତି ସବ୍ୟସାଚୀ ମହାପାତ୍ର ଏହି ସଭାଗୃହକୁ ଉଦ୍ଘାଟନ କରି କହିଥିଲେ ଯେ ସାମାଜିକ ବିକାଶରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନେ ସ୍ୱଚ୍ଛଳ ଓ ସ୍ୱାବଲମ୍ବୀ ହୋଇପାରିଲେ ଦେଶର ସାମଗି୍ରକ ଉନ୍ନତି ଅବଶ୍ୟମ୍ଭାବୀ । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ବିକାଶ ବିଷୟରେ ଉଲ୍ଲେଖ କରି ଗୋଷ୍ଠୀର ସଦସ୍ୟମାନେ ଏହାଦ୍ୱାର ବିଶେଷ ଉପକୃତ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସଦସ୍ୟାମାନେ ଏକତ୍ର ହୋଇ ପରସ୍ପର ପ୍ରତି ସହାନୁଭୂତିଶୀଳ ହେବା ସହ ସ୍ୱାବଲମ୍ବୀ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଉଦ୍ଘାଟନ ଉସôବରେ ପୂର୍ବତନ କାଉନସିଲର ଯମେଶ୍ୱର ମହାନ୍ତି ଯୋଗଦେଇ କହିଥିଲେ ଯେ ଏହିଭଳି ସଭାଗୃହ ବସ୍ତିବାସୀନ୍ଦାଙ୍କ ବିବିଧ କାର୍ଯ୍ୟରେ ଉପଯୋଗ ହୋଇପାରିବ । ସଭାଗୃହ ମଧ୍ୟରେ ଏକତ୍ର ହୋଇ ନିଜ ନିଜ ମଧ୍ୟରେ ଉପୁଜୁଥିବା ସମସ୍ୟାର ଆପୋଷ ସମାଧନ କରାଯାଇପାରିବ । ୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ମହାସଂଘର ସଦସ୍ୟା ସଂଖ୍ୟା ୨୫୦ରୁ ଉଦ୍ଧ୍ୱର୍ ବୋଲି ସେ ପ୍ରକାଶ କରିଥିଲେ । ବିଜୁ ଜନତା ଦଳ ନେତା ରବିନାରାୟଣ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ଅତିଥି ଥିଲେ ସାମ୍ବାଦିକ ବିଶ୍ୱଜିତ୍ ମିଶ୍ର । ଏହି ଉଦ୍ଘାଟନ ଉସôବ ପରିଚାଳନା କରିଥିଲେ ମହାସଂଘର ସଭାନେତ୍ରୀ ରୁମା ଦେବନାଥ ଓ ସଂପାଦିକା କ୍ରିଷ୍ଣା ଘୋଷ । ଏହି ଅବସରରେ ଦିବଂଗତ ନେତା ମହେଶ୍ୱର ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।