ଛୁଟିରେ ଆଇଆଇସି : ନ୍ୟାୟ ନପାଇ ଲୋକେ ହନ୍ତସନ୍ତ
ାା ପ୍ରଭାନୁ୍ୟଜ୍ ।ା କାକଟପୁର : ପୁରୀଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ମୁଖ୍ୟ ନ୍ୟାୟର ଉସô ହେଉଛି କାକଟପୁର ଥାନା, ଏହା ଉପରେ ୧୬ ଗୋଟି ପଞ୍ଚାୟତର ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ ଅଧିବାସୀ ନିର୍ଭର କରିଥାନ୍ତି । ଏହି ଥାନା ଅଧୀନରେ କେତୋଟି ସମ୍ବେଦନଶୀଳ ଅଞ୍ଚଳ ଥିଲେ ମଧ୍ୟ ପ୍ରତ୍ୟେହ ପଚାଶ ରୁ ଉର୍ଦ୍ଧ ଏତାଲା ଥାନାକୁ ଆସିଥାଏ । କର୍ମଚାରୀଙ୍କ ଉଦାସୀନତା ଓ ଘଟଣାର ନିରାପକ୍ଷତାକୁ ନେଇ ଏତାଲା ଗୁଡିକ ଦୀର୍ଘ ଦିନ ଧରି ପଡିରହୁଛି । ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଅଧିକାରୀମାନେ ସମୟ ଦେଉନଥିବାରୁ ଘଟଣାର ସମାଧାନ ନହୋଇ ଦୀର୍ଘ ଦିନ ଥାନାରେ ପଡିରହୁଛି ଯାହାଫଳରେ ସାଧାରଣ ଲୋକଟିଏ ନ୍ୟାୟ ପାଇବା ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହୋଇପଡୁଛି । କାକଟପୁର ଥାନା ଅଧିକାରୀ ଏବେ ଛୁଟିରେ ଥିବାରୁ ସବ-ଇନ୍ସପେକ୍ଟର ଗୌରୀ ଶଙ୍କର ସେଠୀ ବର୍ତ୍ତମାନ ଥାନା ଚାର୍ଜରେ ଅଛନ୍ତି । କିନ୍ତୁ ସାଧାରଣ ଲୋକଟିଏ ନ୍ୟାୟ ପାଇବା ଆଶାରେ ଉକ୍ତ ଅଧିକାରୀଙ୍କୁ ବାରମ୍ବାର ନେହୁରା ହେଲେ ମଧ୍ୟ ଅଧିକାରୀ ଜଣଙ୍କ କିଛି ଶୁଣୁନଥିବାରୁ ଉକ୍ତ ଥାନାରେ ଆଇନି ଶୃଙ୍ଖଳା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଏହି ଥାନାରେ ୨ ଜଣ ସବ-ଇନ୍ସପେକ୍ଟର, ଚାରି ଜଣ ଏଏସଆଇ, ୫ ଜଣ କନେଷ୍ଟବଳ ଥିବାବେଳେ ଆଇନ ଶୃଙ୍ଖଳା ବିଗୁଡ଼ିଥିବା ଜଣାପଡିଛି । ଆଇଆଇସି ଛୁଟିରେ ଥିବାରୁ କୌଣସି ପାଟ୍ରୋଲିଙ୍ଗ ହେଉନଥିବାରୁ ବିଭିନ୍ନ ଅପରାଧି, ଚୋରା ନିଶା ମାଫିଆ ମାନେ ସକ୍ରିୟ ହୋଇପଡିଛନ୍ତି । ଏହି ଅଞ୍ଚଳରୁ ଦିନକୁ ଶହ ଶହ ଟ୍ରିପ ଚୋରା ବାଲି ଓ ମାଟି ଚାଲାଣ ହେଉଥିଲେ ମଧ୍ୟ ତାହା ଉପରେ ଅଙ୍କୁଶ ଲଗାଯାଇପାରୁନାହିଁ । ଏହି ରାସ୍ତାରେ ପ୍ରତ୍ୟେହ ହଜାର ହଜାର ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଚଳ କରୁଥିଲେ ମଧ୍ୟ ଟ୍ରାଫିକ ସମସ୍ୟା ଉପୁଜି ପର୍ଯ୍ୟଟକ ଓ ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଉକ୍ତ ଥାନା ଲାଞ୍ଚ ଉତ୍କୋଚ ର ଚରାଭୂମି ପାଲଟିଛି ବୋଲି ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ତୁରନ୍ତ ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାର ଉପଯୁକ୍ତ ତଦନ୍ତ କରି କାକଟପୁର ବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବିକରିଛନ୍ତି ।